Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||

ଶେଷ ପର୍ଯ୍ୟାୟରେ ମୈଦାନରେ ବହୁ ହେଭିୱେଟ୍: ବାରଣାସୀରୁ ମୋଦି ଓ ପାଟଣା ସାହେବରୁ ଲଢ଼ୁଛନ୍ତି ଶତ୍ରୁଘ୍ନ

19/05/2019 at 8:39 AM

ନୂଆଦିଲ୍ଲୀ ୧୯/୫: ଆଜି ହେବାକୁ ଥିବା ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭିତରେ ରହିଛି ଉତ୍ତରପ୍ରଦେଶର ବାରଣାସୀ । ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅଜୟ ରାୟ ଏବଂ ମହାଗଠବନ୍ଧନ ବିଏସପି, ଏସପି ଓ ଆରଏଲଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସମାଜବାଦୀ ପାର୍ଟି ନେତ୍ରୀ ଶାଳିନୀ ଯାଦବ । ସେହିଭଳି ବିହାରର ପାଟନା ସାହେବରେ ବିଜେପିରୁ ଆସି କଂଗ୍ରେସ ଟିକେଟ୍ ରେ ପ୍ରାର୍ଥୀ ହୋଇଥିବା ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ସେହିପରି ବିହାରରେ ଅନ୍ୟ ତିନି କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଳ ୟାଦବ, ଆର.କେ ସିଂ ଓ ଅଶ୍ବିନୀ କୁମାର ଚୌବେ । ସେପଟେ ଚଣ୍ଡିଗଡରୁ ବିଜେପି ପ୍ରାର୍ଥୀ କିରଣ ଖେରଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ପବନ ବନସଲ ଓ ଆପ୍ ର ହରମୋହନ ଧାୱନ୍ । ପଞ୍ଜାବର ଗୁରୁଦାସପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବଲିଉଡ ଷ୍ଟାର ସନି ଦେଓଲ ଏବଂ ତାଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସୁନୀଲ ଜାକଡ଼ ।

   Related Posts