ବିବାହ ପାଇଁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ବାଧ୍ୟତାମୂଳକ ଏହି ଗାଁରେ : କୁଆଁରୀ ଝିଅ ଗର୍ଭବତୀ ନହେଲେ ଭାଙ୍ଗିଯାଏ ବାହାଘର

Published By : Prameya-News7 Bureau | November 23, 2018 IST

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ଆମ ସମାଜ ସ୍ୱୀକୃତି ଦେଇନଥାଏ | ତେବେ ଆଧୁନିକତାର ବଶବର୍ତ୍ତୀ ହୋଇ ଲିଭଇନ ରିଲେସନସିପ ଭଳି ଏକ ବ୍ୟବସ୍ଥା ସମାଜରେ ସୃଷ୍ଟି ହେଲାଣି | ଏପରିକି ଆଇନ ମଧ୍ୟ ଏହି ସମ୍ପର୍କକୁ ସ୍ୱୀକୃତି ଦେଲାଣି | କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ଏମିତି ଏକ ସମ୍ପ୍ରଦାୟ ଓ ଗାଁ ରହିଛି ଯେଉଁଠି ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ବାଧ୍ୟତାମୂଳକ | ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନରଖିଲେ ବିବାହ ହୋଇପାରିବ ନାହିଁ | ରାଜସ୍ଥାନର ସିରୋହି ଏବଂ ପାଲି ଜିଲ୍ଲାରେ କରାସିଆ ନାମକ ଜନଜାତି ବାସ କରନ୍ତି | ପରମ୍ପରା ଓ ବିଶ୍ୱାସକୁ ସମ୍ମାନ ଜଣାଇ ଏହି ଜନଜାତିର ଲୋକେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବାଧ୍ୟତାମୂଳକ କରିଛନ୍ତି | ପ୍ରଥା ଅନୁସାରେ ବିବାହ ପାଇଁ ପରସ୍ପରକୁ ପସନ୍ଦ କରୁଥିବା ପୁଅ ଓ ଝିଅ ବିବାହ ପୂର୍ବରୁ କିଛି ଦିନ ଶାରୀରିକ ସମ୍ପର୍କ ରକ୍ଷା କରନ୍ତି | ଏହି ସମ୍ପର୍କରୁ ଯଦି ଝିଅଟି ଗର୍ଭବତୀ ହୁଏ ତାହେଲେ ଯାଇ ବିବାହ ଅନୁଷ୍ଠିତ ହୋଇଥାଏ | ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଝିଅଟି ଗର୍ଭବତୀ ନହେଲା ତାହେଲେ ବିବାହ ଭାଙ୍ଗିଯାଇଥାଏ | ପୁଣି ଏହି ପୁଅଝିଅଙ୍କ ପାଇଁ ପାତ୍ର ପାତ୍ରୀ ଖୋଜ ଚାଲେ | କରାସିଆ ଜନଜାତି ମଧ୍ୟରେ ଏଭଳି ପରମ୍ପରା ସୃଷ୍ଟି ହେବା ପଛରେ ଏକ ରୋଚକ କାହାଣୀ ରହିଛି | କାହାଣୀ ଅନୁସାରେ ଗୋଟିଏ ପରିବାରର ୪ ଭାଇ ରୋଜଗାର ଖୋଜିବାକୁ ବାହାରକୁ ଚାଲିଗଲେ | ସେମାନଙ୍କ ମଧ୍ୟରୁ ୩ ଜଣ ନିଜ କର୍ମକ୍ଷେତ୍ରରେ ଥିବାବେଳେ ବିବାହ କରିଥିଲେ | କିନ୍ତୁ ଆଉ ଗୋଟିଏ ଭାଇ ବିବାହ କରିନଥିଲେ ମଧ୍ୟ ଜଣେ ଯୁବତୀଙ୍କ ସହ ଏକାଠି ରହୁଥିଲେ | ବର୍ଷ ପରେ ବର୍ଷ ଗଡିଯାଇଥିଲା | କିନ୍ତୁ ବିବାହିତା ୩ ଭାଇଙ୍କର କୌଣସି ସନ୍ତାନ ହୋଇନଥିଲା | ଅପରପାର୍ଶ୍ଵରେ ବିବାହ ନକରି ଲିଭଇନରେ ରହୁଥିବା ଭାଇର ପୁଅଟିଏ ଜନ୍ମ ହୋଇଥିଲା | ଏହି ପୁଅ ବଂଶ ରକ୍ଷା କରିଥିଲା | ଏହି ଘଟଣା ପରଠୁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ କୁଆଁରୀ କନ୍ୟା ଗର୍ଭବତୀ ହେବାପରେ ଯାଇ ବିବାହ ଭଳି ପରମ୍ପରା ସୂତ୍ରପାତ ହୋଇଥିଲା | ଯାହା ଆଜି ଯାଏଁ ଚାଲି ଆସିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.