Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଲିଭ୍ ଇନ୍ ଚକ୍କରରେ ଛାଡିଦେଲେ ସ୍ବାମୀ, ମହିଳାଙ୍କ ୩ବର୍ଷର ଶିଶୁ ସହ କୁକର୍ମ କରି ମାରିଦେଲା ପ୍ରେମିକ

3/11/2020 at 3:54 PM

ନୂଆଦିଲ୍ଲୀ ୩।୧୧: ବୁରାରି ଅଞ୍ଚଳରେ ଲିଭ୍ ଇନ୍ ରିଲେସନସିପ୍ ରେ ରହୁଥିବା ଜଣେ ବ୍ୟକ୍ତି ନିଜର ଲିଭ୍ ଇନ୍ ସାଥୀଙ୍କ ୩ ବର୍ଷ ବୟସର ଶିଶୁ ସହ କୁକର୍ମ କରି ହତ୍ୟା କରିଛି । କେବଳ ଏତିକି ନୁହେଁ ଶବ ନେଇ ନିଜ ସାଥୀଙ୍କ ନିକଟରେ ପହଞ୍ଚିଗଲେ ସେଠାରେ ମିଛ ନାଟକ କରିବାକୁ ଲାଗିଲେ । ମାତ୍ର ଘଟଣା ସଂପର୍କରେ ଜଣାପଡିବା ପରେ ଅଭିଯୁକ୍ତଙ୍କ ବିରୋଧରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ପୋଲିସର ସୂଚନା ଅନୁସାରେ ୨୯ ବର୍ଷ ବୟସ୍କ ମହିଳା ପରିବାର ସହ ଦିଲ୍ଲୀ ମଙ୍ଗୋଲପୁରୀ ଅଞ୍ଚଳରେ ରହୁଥିଲେ । ମହିଳାଙ୍କର ୧୧ ବର୍ଷ ପୂର୍ବେ ବିବାହ ହୋଇଥିଲା । ସଂପୃକ୍ତ ମହିଳାଙ୍କର ୩ଟି ସନ୍ତାନ ଅଛନ୍ତି । ବୃତ୍ତିରେ ମହିଳା ଜଣେ ବ୍ୟୁଟିସିଆନ । ନିକଟରେ ମହିଳା ଜଣଙ୍କ ଜଣେ କ୍ୟାବ୍ ଚାଳକ ସୁଓ୍ବାନଙ୍କ ସଂପର୍କରେ ଆସିଥିଲେ । ଫଳରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଶେଷରେ ମହିଳ ଜଣଙ୍କ ସ୍ବାମୀଙ୍କୁ ଛାଡି କ୍ୟାବ୍ ଚାଳକଙ୍କ ସହ ଦିଲ୍ଲୀ ସନ୍ତ ନଗର ଅଞ୍ଚଳରେ ରହିବାକୁ ଲାଗିଲେ ।

ମହିଳାଙ୍କ ସୂଚନା ଅନୁସାରେ ୨୯ ଅକ୍ଟୋବରରେ ତାଙ୍କର ତିନି ବର୍ଷର ପୁଅ କାନ୍ଦିବାକୁ ଲାଗିଥିଲା । ଫଳରେ ସୁଓ୍ବାନ ତାକୁ ନେଇ ବାହାରେ ବୁଲାଇ ଆଣିବାକୁ କହିଥିଲା । ଅଭିଯୁକ୍ତ ଘରୁ ଶିଶୁ ନେଇ ବାହାରି ଯାଇଥିଲା । ଏହି ସମୟରେ ସେ ଶିଶୁ ସହ କୁକର୍ମ କରିଥିଲେ । ଶିଶୁକୁ ଅତି ନିର୍ମମ ଭାବେ ପିଟିବା ସହ ଗଳା ଚିପି ମାରିଦେଇଥିଲା ।

ସୁଓ୍ବାନ ଯେତେବେଳେ ବେହୋସ ଅବସ୍ଥାରେ ଶିଶୁକୁ ନେଇ ଘରେ ପହଞ୍ଚିଥିଲା ତ ଶିଶୁ ଦେହରେ ମାଡର ଚିହ୍ନ ଥିଲା । ମହିଳା ଜଣଙ୍କ ଯେତେବେଳେ ସେ ସଂପର୍କରେ ପଚାରିଥିଲେ ସେତେବେଳେ ସେ କହିଥିଲେ ଔଷଧ ପାଇଁ ଏପରି ହୋଇଛି । ମାତ୍ର ଘଟଣା ସଂପର୍କରେ ଜଣାପଡିଯିବା ପରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ବର୍ତ୍ତମାନ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ କୁକର୍ମ, ହତ୍ୟା ଏବଂ ପୋକ୍ସୋ ଧାରାରେ ଗିରଫ କରାଯାଇଛି ।

   Related Posts