Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କୋଭିଡ୍ କେୟାରରୁ ପ୍ରେମ : ମହିଳା ଆଟେଣ୍ଡାଣ୍ଟଙ୍କ ସହ ଲିଭ୍ ଇନରେ ରହିଲା, ଶାରୀରିକ ସମ୍ପର୍କ ରଖି ଦୂରେଇଦେଲା ନାବାଳକ

18/07/2021 at 12:46 PM

ବ୍ରହ୍ମପୁର,୧୮/୦୭: କୋଭିଡ୍‌ ଡ୍ୟୁଟି ବେଳେ ଦୁଇ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ । ଡ୍ୟୁଟି ସରିବା ପରେ ଉଭୟେ ଭଡ଼ା ଘରେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହିଲେ । ହେଲେ ୮ ମାସ ପରେ ଆରମ୍ଭ ହୋଇଥିଲା ମନୋମାଳିନ୍ୟ । ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ ମହିଳା ଆଟେଣ୍ଡାଣ୍ଟ । ପୁଲିସ ଖୋଳତାଡ଼ କରି ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଗିରଫ କରିଥିଲା । କୋର୍ଟଚାଲାଣ ପାଇଁ କାଗଜପତ୍ର ଯାଞ୍ଚ ବେଳେ ସେ ନାବାଳକ ଥିବା ଜଣାପଡ଼ିଛି ।

ଜଣେ ନାବାଳକକୁ କିପରି ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ । ଏଥିସହ ଶନିବାର ତାଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଉପସ୍ଥିତ କରି ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି ।

ସୂଚନା ମୁତାବିକ, ବ୍ରହ୍ମପୁରର ଏକ କୋଭିଡ୍‌ କେୟାର ସେଣ୍ଟର୍‌ରେ ଉପରୋକ୍ତ ଦୁଇ ଜଣ ନିଯୁକ୍ତି ପାଇଥିଲେ । କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ବିବାହ କରିବାକୁ ନିଷ୍ପତ୍ତି ନେଇ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ଭଡ଼ା ଘରେ ଉଭୟ ଏକାଠି ରହୁଥିଲେ । ପ୍ରେମିକ ପ୍ରତାରଣା କରୁଥିବା ଜାଣିବା ପରେ ଯୁବତୀ ଜଣକ ଏତଲା ଦେଇଛନ୍ତି । ଥାନାରେ ପରିଚୟପତ୍ର ଏବଂ ଅନ୍ୟ କାଗଜପତ୍ର ଯାଞ୍ଚ ବେଳେ ସେ ନାବାଳକ ବୋଲି ଜଣାପଡ଼ିଥିଲା । ମହିଳା ଆଟେଣ୍ଡାଣ୍ଟଙ୍କ ବୟସ ୧୯ ବର୍ଷ ହୋଇଛି । ଜଣେ ନାବାଳକଙ୍କୁ ଆଟେଣ୍ଡାଣ୍ଟ ନିଯୁକ୍ତି ପ୍ରଶ୍ନବାଚୀ ହୋଇଛି ।

   Related Posts