Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଭୟଙ୍କର : ପେଟ୍ରୋଲ୍ ପକାଇବାବେଳେ ବାଇକ୍ ଟାଙ୍କିରେ ଲାଗିଲା ନିଆଁ, ଭିଡିଓ ଭାଇରାଲ୍

28/07/2020 at 12:25 PM

ବେମେତରା ୨୮/୦୭ : ପେଟମ ପମ୍ପ୍ରେ ବାଇକ ଟାଙ୍କିରେ ପେଟ୍ରୋଲ ପକାଇବା ସମୟରେ ହଠାତ ନିଆଁ ଲାଗିଥିଲା | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | କୁହାଯାଉଛି ଯେ, ମୋବାଇଲ ଫୋନ ରିଙ୍ଗ ହେବାରୁ ବାଇକ ଆରୋହୀ ଫୋନ ରିସିଭ କରିଥିଲେ | ଫୋନ ରିସିଭ କରିବା କ୍ଷଣି ବାଇକ ଟାଙ୍କିରେ ନିଆଁ ଲାଗିଯାଇଥାଏ | ତେବେ ଭାଇରାଲ ହେଉଥିବା ଭିଡିଓରେ ନିଆଁ ଲାଗିଥିବା ଦେଖାଯାଉଛି କିନ୍ତୁ ଫୋନ ରିସିଭ ହୋଇଥିବା ଦେଖିବାକୁ ମିଳିନି | ଭିଡିଓ ଛତିଶଗଡ଼ ବେମେତରା ଜିଲ୍ଲା ନବାଗଡ଼ ଅନ୍ତର୍ଗତ ଜୟସଵାଲ ପେଟ୍ରୋଲ ପମ୍ପର ସିସିଟିଭି କ୍ୟାମେରାରେ କଏଦ ହୋଇଛି | 

ପେଟ୍ରୋଲ ଭର୍ତ୍ତି କରିବା ସମୟରେ ବାଇକ ଟାଙ୍କିରେ ନିଆଁ ଲାଗିଥିଲା କିନ୍ତୁ ଏକ ବଡ ଦୁର୍ଘଟଣା ଟଳି ଯାଇଥିଲା | ପୁରା ଘଟଣା ପେଟ୍ରୋଲ ପମ୍ପ ସିସିଟିଭିରେ କଏଦ ହୋଇଛି | ଘଟଣା ଜୁଲାଇ ୨୪ ତାରିଖ ବୋଲି ଜଣାପଡିଛି | ପମ୍ପ କର୍ମଚାରୀ ଓ ବାଇକ ଆରୋହୀ ଘଟଣାସ୍ଥଳରେ ନିଜକୁ ନିଆଁରୁ ରକ୍ଷା କରିବାରେ ସଫଳ ହୋଇଥିଲେ |

ପେଟ୍ରୋଲ ପମ୍ପରେ ବାଇକରେ ଲାଗିଥିବା ଭିଡିଓ ସୋସିଆଲ ମିଡ଼ିଆରେ ଯେଉଁଭଳି ଭାବେ ଭାଇରାଲ ହେଉଛି, ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି | ପେଟ୍ରୋଲ ପମ୍ପରେ ସତର୍କତା ଉପାୟକୁ ନେଇ ମଧ୍ୟ ଲୋକେ ଚର୍ଚ୍ଚା କରୁଛନ୍ତି | ପେଟ୍ରୋଲ ପମ୍ପରେ ମୋବାଇଲ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଥାଏ | ଏହାକୁ ନେଇ ପମ୍ପରେ ବ୍ୟାନର ପୋଷ୍ଟର ମଧ୍ୟ ଲାଗିଥାଏ | ତଥାପି କିଛି ଲୋକେ ମୋବାଇଲ ବ୍ୟବହାର କରିଥାନ୍ତି | ଭିଡିଓ ସେୟାର କରି ଲୋକେ ପେଟ୍ରୋଲ ପମ୍ପରେ ମୋବାଇଲ ଫୋନ ବ୍ୟବହାର ନ କରିବାକୁ ସୋସିଆଲ ମିଡ଼ିଆରେ ଅପିଲ କରିଛନ୍ତି | 

   Related Posts