ବ୍ରହ୍ମପୁର ୨୪।୧୧ - ସିସିଟିଭି କ୍ୟାମେରାରେ ମର୍ଡରର ଲାଇଭ ଭିଜୁଆଲ । ୨୧ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଖଲିକୋଟ୍ କେଶରପୁର ପେଟ୍ରୋଲ ପମ୍ପଠାରେ ଯୁବକଙ୍କୁ ଯେଭଳି ଭାବେ ହତ୍ୟା କରାଯାଇଥିଲା, ତାର ସିସିଟିଭି ଫୁଟେଜ ମିଳିଛି ।
ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି କିଭଳି ଦୁର୍ବୃତ୍ତମାନେ ଯୁବକ ଜଣଙ୍କୁ ହତ୍ୟା କରିଥିଲେ । ଖଲ୍ଲିକୋଟ ଥାନା ରାମଚନ୍ଦ୍ରପୁର ଗାଆଁର ଶଶାଙ୍କ ପାହାନ ନାମକ ଏହି ଯୁବକ ସେହି ଗାଆଁର ଜଣେ ଝିଅକୁ ଭଲ ପାଉଥିଲେ । ପରିବାର ଲୋକେ ଏହା ଜାଣିବା ପରେ ଏଥିରୁ ନିବୃତ୍ତ ରହିବାକୁ ଶଶାଙ୍କଙ୍କୁ କହିଥିଲେ। ତେବେ ଶଶାଙ୍କ ଏବଂ ଝିଅର ପରିବାର ଲୋକଙ୍କ ମଧ୍ୟରେ ଝଗଡା ହେବା ପରେ ଶଶାଙ୍କ ଫେରାର ହୋଇଯାଇଥିଲେ । ଆଉ ୨୧ ତାରିଖ ରାତିରେ କେଶପୁର ପେଟ୍ରୋଲ ପମ୍ପଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ଇଏ ହେଉଛି ସିସିଟିଭିରେ କଏଦ ହୋଇଥିବା ଚିତ୍ର । ଦେଖନ୍ତୁ କେମିତି ଇଟା, ପଥର, ଆଉ ବାଉଁଶରେ ପିଟି ପିଟି ଶଶାଙ୍କକୁ ହତ୍ୟା କରାଯାଉଛି। ତେବେ କିଏ ଏହି ଦୁର୍ବୃତ୍ତ ପୋଲିସ ତଦନ୍ତ ପରେ ଜଣାପଡ଼ିବ ।…