'ଛୋଟ ହିନ୍ଦୁସ୍ତାନ' : ଯେଉଁଠି ରହନ୍ତି ୩୭ ପ୍ରତିଶତ ଭାରତୀୟ ଆଉ କୁହନ୍ତି ହିନ୍ଦୀ ଭାଷା

Published By : Prameya-News7 Bureau | April 19, 2020 IST


ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ କୋଣରେ ଭାରତୀୟ ଅଛନ୍ତି | କିଛି କିଛି ଦେଶରେ ଅନେକ ସଂଖ୍ୟକ ଭାରତୀୟ ଅଛନ୍ତି | ଏହିପରି ଦେଶକୁ ଯଦି ଛୋଟ ଭାରତ ବା ଛୋଟ ହିନ୍ଦୁସ୍ତାନ କୁହାଯାଏ ତାହେଲେ ଅତ୍ୟୁକ୍ତି ହେବନାହିଁ| ଦକ୍ଷିଣ ପ୍ରଶାନ୍ତ ମହାସାଗର ମେଲାନେସିଆରେ ଏମିତି ଏକ ଦ୍ବୀପ ଦେଶ ଅଛି ଯେଉଁଠାରେ ପାଖାପାଖି ୩୭ ପ୍ରତିଶତ ଭାରତୀୟ ଅଛନ୍ତି | ଏମାନେ ଶହ ଶହ ବର୍ଷ ହେଲା ଏଠାରେ ରହୁଛନ୍ତି | ଏଥିପାଇଁ ଏଠାକାର ରାଷ୍ଟ୍ର ଭାଷାରେ ହିନ୍ଦୀ ମଧ୍ୟ ଅନ୍ତର୍ଭୁକ୍ତ

{"id":256894,"sizeSlug":"large"}

ଏହି ଦେଶର ନାଁ ହେଲା ଫିଜି | ଏଠାରେ ପ୍ରଚୁର ମାତ୍ରାରେ ବଣ, ଖଣିଜ ଓ ଜଳୀୟ ସ୍ରୋତ ରହିଛି | ସେଥିପାଇଁ ଫିଜିକୁ ପ୍ରଶାନ୍ତ ମହାସାଗରର ଦ୍ବୀପ ମଧ୍ୟରୁ ସବୁଠାରୁ ଉନ୍ନତ ରାଷ୍ଟ୍ର ବୋଲି କୁହାଯାଏ | ଏଠାରେ ବିଦେଶୀ ମୁଦ୍ରାର ସବୁଠାରୁ ବଡ଼ ସ୍ରୋତ ପର୍ଯ୍ୟଟନ ଓ ଚିନି ରପ୍ତାନିରୁ ଆସିଥାଏ | ଫିଜି ଦ୍ବୀପପୁଞ୍ଜ ନିଜ ଦ୍ବୀପର ସୁନ୍ଦରତା ଯୋଗୁଁ ଦୁନିଆରେ ପ୍ରସିଦ୍ଧ| ସେଥିପାଇଁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଏବଂ ଛୁଟି କାଟିବାକୁ ଆସିଥାନ୍ତି |

{"id":256895,"sizeSlug":"large"}

ବ୍ରିଟେନ ୧୮୭୪ ମସିହାରେ ଏହି ଦ୍ବୀପକୁ ନିଜ ନିୟନ୍ତ୍ରଣକୁ ନେଇ ଏହାକୁ ନିଜର ଉପନିବେଶ କରିଦେଇଥିଲା | ଏହାପରେ ସେ ହଜାର ହଜାର ଭାରତୀୟ ଶ୍ରମିକଙ୍କୁ ଏଠାରେ ୫ ବର୍ଷର ଚୁକ୍ତିନାମା ସହ ଆଖୁ କିଆରୀରେ କାମ କରିବା ପାଇଁ ନେଇଆସିଥିଲେ | ୫ ବର୍ଷ ପୁରା ହେବା ପରେ ସେ ଯିବାକୁ ଚାହିଁଲେ ଯାଇପାରିବେ ବୋଲି ସେ ସର୍ତ୍ତ ରଖିଥିଲେ | ତେବେ ସେ ନିଜ ଖର୍ଚ୍ଚରେ ଯିବେ ବୋଲି ସର୍ତ୍ତ ରଖିଥିଲେ | କିନ୍ତୁ ୫ ବର୍ଷ ଚୁକ୍ତିନାମା ପରେ ଯଦି ସେ ଆଉ ୫ ବର୍ଷ ସେଠାରେ କାମ କରନ୍ତି ତାହେଲେ ବ୍ରିଟିଶ ଜାହାଜ ତାଙ୍କୁ ନେଇ ଭାରତରେ ପହଞ୍ଚାଇବ ବୋଲି ସେ କହିଥିଲେ | ଏହିଭଳି ସ୍ଥିତିରେ ଅଧିକାଂଶ ଶ୍ରମିକ କାମ କରିବା ଉଚିତ ମଣିଥିଲେ | କିନ୍ତୁ ପରେ ସେ ଭାରତ ଫେରି ପାରିନଥିଲେ ଏବଂ ସବୁଦିନ ପାଇଁ ଫିଜିରେ ରହିଯାଇଥିଲେ | ୧୯୨୦ ଓ ୧୯୩୦ ମସିହାରେ ଅନେକ ଭାରତୀୟ ସ୍ୱଇଚ୍ଛାରେ ଆସି ସେଠାରେ ବସବାସ କରିଥିଲେ |

{"id":256896,"sizeSlug":"large"}

ଫିଜି ଦ୍ବୀପପୁଞ୍ଜରେ ମୋଟ ୩୨୨ ଦ୍ବୀପ ରହିଛି | ସେଥିରୁ ୧୦୬ ଦ୍ବୀପ ସ୍ଥାୟୀ ଅଟେ | ଏଠାକାର ଦୁଇଟି ମୁଖ୍ୟ ଦ୍ବୀପ ବିତି ଲେବୁ ଓ ବନୁଆ ଲେବୁ, ଯେଉଁଠାରେ ଏହି ଦେଶର ପାଖାପାଖି ୮୭ ପ୍ରତିଶତ ଲୋକ ବାସ କରନ୍ତି | ଫିଜିର ଅଧିକାଂଶ ଦ୍ବୀପର ନିର୍ମାଣ ୧୫ କୋଟି ବର୍ଷ ପୂର୍ବରୁ ଜ୍ୱାଳାମୁଖୀ ବିସ୍ଫୋରଣରୁ ହୋଇଥିଲା | ଏଠାରେ ଏବେ ମଧ୍ୟ ଏମିତି ଅନେକ ଦ୍ବୀପ ରହିଛି ଯେଉଁଠାରେ ଅଧିକାଂଶ ସମୟରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥାଏ |

ଅଧିକ ସଂଖ୍ୟକ ଭାରତୀୟ ଥିବାରୁ ଏହି ଦେଶରେ ଅନେକ ହିନ୍ଦୁ ମନ୍ଦିର ମଧ୍ୟ ରହିଛି | ଏଠାକାର ସବୁଠାରୁ ବଡ଼ ମନ୍ଦିର ନାଦି ସହରରେ ଅବସ୍ଥିତ | ଏହି ମନ୍ଦିରକୁ ଶ୍ରୀ ଶିବ ସୁବ୍ରମନ୍ୟ ହିନ୍ଦୁ ମନ୍ଦିର କୁହାଯାଏ | ଫିଜିରେ ରହୁଥିବା ହିନ୍ଦୁ ଭାରତ ଭଳି ରାମନବମୀ, ହୋଲି, ଦୀପାବଳି, ଜନ୍ମାଷ୍ଟମୀ ଆଦି ପର୍ବ ପାଳନ କରନ୍ତି |

ଏଠାକାର ଦ୍ବୀପରେ ହୋଇଥିବା ଖନନରୁ ସ୍ପଷ୍ଟ ହୁଏ ଯେ ୧୦୦୦ ବର୍ଷ ପୂର୍ବରୁ ମଧ୍ୟ ଫିଜିରେ ଜନବସତି ଥିଲା | ତେବେ ସେ ସମ୍ପର୍କରେ କିଛି ବିଶେଷ ତଥ୍ୟ ନାହିଁ | ପ୍ରାଚୀନ ଫିଜିରେ ରହିଥିବା ଆଦିବାସୀ ଆଦମଖୋର ଅର୍ଥାତ ନରଭକ୍ଷୀ ଥିଲେ | ସେମାନେ ଯୁଦ୍ଧ ପ୍ରାଣ ହରାଉଥିବା ଲୋକଙ୍କ ମାଂସ ଖାଉଥିଲେ | କିନ୍ତୁ ପ୍ରାକୃତିକ ଉପାୟରେ ପ୍ରାଣ ହରାଉଥିବା ଲୋକଙ୍କ ମାଂସ ଖାଉନଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.