ବ୍ରହ୍ମପୁର କପିଳେଶ୍ବର ଶୈବପୀଠରେ କୁନି କାଉଡିଆଙ୍କ ସମାଗମ

Published By : Prameya-News7 Bureau | August 20, 2018 IST

ବ୍ରହ୍ମପୁର ୨୦/୮ : ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ବିଭିନ୍ନ ଶୈବ ପିଠ ଗୁଡିକରେ ଭକ୍ତଙ୍କ ଗହଳ ଚହଳ ଦେଖିବାକୁ ମିଳିଛି । ବିଶେଷ କରି କାଉଡିଆ ଭକ୍ତଙ୍କ ଭିଡ ଜମିଥିଲା। ଏସବୁ ଭିତରେ କୁନି କାଉଡିଆଙ୍କ ସମାଗମ ଆଧ୍ୟାତ୍ମିକ ପରିବେଶକୁ ଟିକେ ଗରମ କରିଦେଇଥିଲା । ବ୍ରହ୍ମପୁର ଉପକଣ୍ଠ ଲାଠି ଅଞ୍ଚଳର ୫୦ ରୁ ଉର୍ଦ୍ଧ କୁନି କାଉଡିଆ ପାଣି ଗ୍ରହଣ କରି ବ୍ରହ୍ମପୁର କପିଳେଶ୍ବର ଶୈବପୀଠରେ ପହଞ୍ଚି ଠାକୁରଙ୍କ ନିକଟରେ ଜଳଲାଗି କରିଥିଲେ । ଗତ ସାତ ବର୍ଷ ହେଲା ଠାକୁରଙ୍କ ନିକଟରେ ଜଳଲାଗି କରୁଥିବା କହିଛନ୍ତି । ପାଠ ପଢା ଭଲ ହେବା ସହ ପରିବାର କିପରି ଶାନ୍ତି ଶୃଙ୍ଖଳା ସହ ଉନ୍ନତି ହେବ ସେ ନେଇ ମନସ୍କାମନା କରି ଠାକୁରଙ୍କ ନିକଟରେ ଜଳଲାଗି କରିଥିବା କହିଛନ୍ତି । ମନ୍ଦିର କମିଟି ମଧ୍ୟ ଏମାନଙ୍କ ପାଇଁ ସମସ୍ଥ ପ୍ରକାର ସୁବ୍ଯବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି । ଏହି କୁନି କାଉଡିଆ ଙ୍କ ସହ ବରିଷ୍ଠ କାଉଡିଆମାନେ ମଧ୍ଯ ସାମିଲ୍ ହୋଇ ମନସ୍କାମନା ପୂରଣ ଉଦେଶ୍ଯରେ ଠାକୁରଙ୍କ ନିକଟରେ ଜଳଲାଗି କରିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.