Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବ୍ରଏଲର ଦୋକାନରୁ ବିପୁଳ ପରିମାଣରେ ମଦ ଜବତ, କିନ୍ତୁ ପଦାରେ ପଡ଼ିଲା ଅଧିକାରୀଙ୍କ ସତ-ମିଛ ରିପୋର୍ଟ ଖେଳ, ଅଭିଯୁକ୍ତଙ୍କ ପ୍ରତି ଏତେ କୋହଳ ମନୋଭାବ କାହିଁକି ?

22/07/2021 at 10:47 PM

ପାଟଣା ୨୨/୭: କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଡୁମୁରିଆ ଗ୍ରାମର ଏକ ବ୍ରଏଲର ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଡୁମୁରିଆ ଗ୍ରାମର ଶିବ ଚରଣ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଚଢ଼ାଉ କରି ଅବକାରୀ ବିଭାଗ ୬ ପେଟି ମଦ ଜବତ କରିଛି। ଏ ସମ୍ପର୍କରେ ତଥ୍ୟ ପାଇଁ ଆମ ପ୍ରତିନିଧି ଅବକାରୀ ଥାନାରେ ପହଞ୍ଚିଥିଲେ।

କିନ୍ତୁ ଅବକାରୀ ଅଧିକାରୀ ଦିଲ୍ଲୀପ ତାଣ୍ଡିଙ୍କ ପ୍ରତିକ୍ରିୟା ନେବା ସମୟରେ ସେ ଅଭିଯୁକ୍ତଙ୍କ ସପକ୍ଷରେ ମତ ବାଢ଼ି କମ୍ ପରିମାଣର ମଦ ଜବତ ହୋଇଥିବା କହିଛନ୍ତି। ଏହାସହ କମ ପରିମାଣର ମଦ ଜବତ ହୋଇଥିବା ନଦେଖାଇଲେ ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ବେଲ୍‌ ମିଳିବନି ବୋଲି କହି ଯୁକ୍ତି କରିଛନ୍ତି । ପରେ କେବଳ ଏକ ପେଟି ମଦ ଜବତ ହୋଇଥିବା ନେଇ ନ୍ୟୁଜ୍‌ ୭ ପ୍ରତିନିଧିଙ୍କୁ କହିବା ସହ ଏକ ପେଟିର ଜବତ ମଦକୁ ଫଟୋ ଉଠାଇବାକୁ ଦେଖାଇଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ଆମ ପ୍ରତିନିଧି ୬ ପେଟି ମଦ ଜବତ ହୋଇଥିବା ନେଇ ପଚାରିବାରୁ ପ୍ରଶ୍ନବାଣରେ ଘାଇଲା ହୋଇ ତଦନ୍ତ ଚାଲିଛି ବୋଲି ପ୍ରତିକ୍ରିୟା ଦେଇ ଶେଷରେ ୬ ପେଟି ମଦ ଜବତ କରାଯାଇଥିବା ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦେଇଥିଲେ । ଏଠି ପ୍ରଶ୍ନ ଉଠୁଛି କାହା ଚାପରେ ମଦ ଜବତ କରି କମ ପରିମାଣର ମଦ ଦେଖାଉଥିଲେ ପାଟଣା ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ?

ଏବଂ ପ୍ରଶ୍ନ ପରେ ଅଧିକ ପରିମାଣର ମଦ ଜବତ ନେଇ ସରକାରୀ କାଗଜରେ ଦେଖାଇ ମାମଲା ରୁଜୁ କରି କାହିଁକି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲେ ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉପଯୁକ୍ତ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିବା ସହ ଜିଲ୍ଲାପାଳ ଏ ଘଟଣାରେ ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

   Related Posts