Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘୋଷଣା ହେଲା ସାହିତ୍ୟ ନୋବେଲ: ୨୦୧୮ ଲାଗି ପୋଲାଣ୍ଡର ଓଲଗା ଓ୨୦୧୯ ନିମନ୍ତେ ଅଷ୍ଟ୍ରିଆର ପିଟର ହେବେ ସମ୍ମାନୀତ

ଷ୍ଟକହୋମ : ଶେଷରେ ସାହିତ୍ୟ ଲାଗି ନୋବେଲ ପୁରସ୍କାର ଘୋଷିତ ହୋଇଛି। ଗୁରୁବାର ଫାଉଣ୍ଡେସନ ଉଭୟ ୨୦୧୮ ଓ ୧୯ ମସିହା ଲାଗି ଏହି ସମ୍ମାନଜନକ ପୁରସ୍କାର ଘୋଷଣା କରିଥିବା ବେଳେ ୨୦୧୮ ମସିହା ଲାଗି ପୋଲାଣ୍ଡ ଲେଖିକା ଓଲଗା ତୋକାରଜୁକ୍ ଙ୍କୁ ମନୋନୀତ କରାଯାଇଛି। ସେହିପରି ୨୦୧୯ ନିମନ୍ତେ ଅଷ୍ଟ୍ରୀୟ ଲେଖକ ପିଟର ହେଣ୍ଡକ୍ ସାହିତ୍ୟ ନୋବେଲ ପାଇବେ। ଫଳରେ ସାହିତ୍ୟ ନୋବେଲକୁ ନେଇ ଏପର୍ଯ୍ୟନ୍ତ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି।

ଗତବର୍ଷ ସାହିତ୍ୟ ନୋବେଲ ଘୋଷଣା ହୋଇନଥିଲା। ନୋବେଲ ଆକାଡେମୀର ଜନୈକ ସଦସ୍ୟାଙ୍କ ସ୍ୱାମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ଯୋଗୁ ନୋବେଲ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲାର୍ସ ହୈକେନଷ୍ଟେନ ପୁରସ୍କାରକୁ ଅଟକାଇ ଦେଇଥିଲେ। ତେବେ ଚଳିତବର୍ଷ ଗତବର୍ଷର ପୁରସ୍କାର ଘୋଷଣା କରି ଆକାଡେମୀ ନୋବେଲର ଦୀର୍ଘ ପରମ୍ପରାକୁ ବିବାଦମୁକ୍ତ କରିଛନ୍ତି।  

ତେବେ ଆସନ୍ତୁ ଜାଣିବା ୨୦୧୮ର ସାହିତ୍ୟ ନେବେଲ ବିଜେତା ଓଲଗାଙ୍କ ସମ୍ପର୍କରେ। ୫୭ ବର୍ଷ ବୟସ୍କା ଓଲଗା ଜଣେ ପଲିସ ଲେଖିକା। ସେ ତାଙ୍କ ପିଢୀର ସଫଳ କମର୍ସିଆଲ ଲେଖିକାଙ୍କ ମଧ୍ୟରେ ଅନ୍ୟତମ ଓ ସର୍ବମାନ୍ୟ। ୨୦୧୮ ମସିହାରେ ତାଙ୍କ ଉପନ୍ୟାସ ଫ୍ଲାଇଟସ୍ ଯୋଗୁ ଓଲଗାଙ୍କୁ ‘ମେନ ବୁକର ‘ ଇଣ୍ଟରନ୍ୟାସନାଲ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଭଳି ସମ୍ମାନ ପାଇବାରେ ଓଲଗା ପୋଲାଣ୍ଡର ପ୍ରଥମ ମହିଳା ଲେଖିକା।

ସେହିପରି ଅଷ୍ଟ୍ରୀୟ ଉପନ୍ୟାସକାର, ପ୍ଲେ ରାଇଟର ଓ ଅନୁବାଦକ ୭୬ ବର୍ଷ ବୟସ୍କ ପିଟର ହ୍ୟାଣ୍ଡକଙ୍କୁ ତାଙ୍କ ଉପନ୍ୟାସ ‘ଦ ସରୋ ବିୟଣ୍ଡ ଡ୍ରିମସ୍’ ଲାଗି ନୋବେଲ ନିମନ୍ତେ ମନୋନୀତ କରାଯାଇଛି। ପିଟରଙ୍କ କାହାଣୀ ଆଧାରରେ ନିର୍ମିତ ଏକ ଫିଲ୍ମ ୧୯୭୮ ମସିହାରେ କାନ ଫିଲ୍ମ ଫେଷ୍ଟିଭାଲ ଓ  ୧୯୮୦ରେ ଗୋଲ୍ଡ ଆୱାର୍ଡ ଲାଗି ନୋମିନେଟ୍ ହୋଇଥିଲା। ଜଣେ ସ୍କ୍ରିନ ପ୍ଲେ ରାଇଟର ଭାବେ ପିଟର ଜର୍ମା ଫିଲ୍ମ ଆୱାର୍ଡ ଇନ ଗୋଲ୍ଡ ରେ ସମ୍ବର୍ଦ୍ଧିତ ହୋଇଛନ୍ତି।  

89 Views

   ସମ୍ବନ୍ଧିତ ଖବର