ଜମୁଛି ଲିଚୁ ବେପାର

Published By : Prameya-News7 Bureau | May 19, 2019 IST

ସମ୍ବଲପୁର ୧୯/୫: ଲାଲ ଟହଟହ ପେନ୍ଥା ପେନ୍ଥା ଲିଚୁ ଗଛରେ ଝୁଲୁଥିବା ଦୃଶ୍ୟ ଯେତିକି ମନୋରମ ବଜାରରେ ଲମ୍ବା ଧାଡିରେ ସଜ୍ଜିତ ହୋଇ ବିକ୍ରି ହେଉଥିବା ଦୃଶ୍ୟ ତା ଠାରୁ ଆହୁରି ମନୋରମ ହୋଇଥାଏ । ଏବଂ ସେହି ଲିଚୁ ଖାଇବାରେ ଯେଉ ଆନନ୍ଦ ମିଳିଥାଏ ତାହା ବାସ୍ତବରେ ଜଣେ ନଦେଖିଲେ କିମ୍ବା ନଖାଇଲେ ବିଶ୍ବାସ କରି ପାରିବନି । ଏବେ ସମ୍ବଲପୁର ଜିଳ୍ଲା କୁଚିଣ୍ଡା ଅଞ୍ଚଳର ବହବାହାଲ ଠାରେ ଲିଚୁ ବେପାର ସରଗରମ ରହିଥିବା ବଳେ ବଗିଚା ତଥା ବଜାରରେ ଲାଗିଛି ବେପାରୀ ଓ ପର୍ଯ୍ୟଟକଙ୍କ ବେଶ ଭିଡ ।

{"id":113427,"width":595,"height":334}


କୁଚିଣ୍ଡା ଉପଖଣ୍ଡର ବଡବାହାଲ ଠାରେ ଅବସ୍ଥିତ ଗୁଦଗୁଦା ଜଳପ୍ରପାତ ବଡବାହାଳକୁ ଏକ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ବଳେ ସବୁ ଋତୁରେ ଏଠାରେ ପର୍ଯୟଟକ ମାନଙ୍କର ଭିଡ ଲାଗି ରହିଥାଏ । ଏଥିସହ ପରିବେଶବିତ ମାନେ ଏଠାକୁ ଆସି ଏଠାକାର ପ୍ରାକୃତିକ ସୈ।ନ୍ଦର୍ଯୟକୁ ଉପଭୋଗ କରିଥାନ୍ତି। ଜଳପ୍ରପାତରେ ଗଦ୍ ଗଦ୍ ନାଦକରି ପଡୁଥିବା ସ୍ବଚ୍ଛ ଜଳରାଶି ଓ ଶିତଳ ପରିବେଶ ବେଶ ମତୁଆଲା କରିଥାଏ ପର୍ଯୟଟକ ତଥା ପରିବେଶବିତ ମାନଙ୍କୁ । ହେଲେ ଏଠାର ଅନ୍ୟ ଏକ ସ୍ବତନ୍ତ୍ରତା ହେଉଛି ଏଠାକାର ଲିଚୁ ବଗିଚା । ବାମଣ୍ଡା ରାଜାଙ୍କ ଅମଳରୁ ଏଠାରେ ଲିଚୁ ବଗିଚା ଆରମ୍ଭ କରାଯାଇଥିଲା । ଏକର ଏକର ଜମିରେ ଏହି ଲିଚୁଗଛ ଲଗାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଲିଜ ସୁତ୍ରରେ ପ୍ରଦାନ କରାଯାଇଛି । ବହୁ ସ୍ଥାନୀୟ ଉଦ୍ୟୋକ୍ତା ଚାଷୀ ମଧ୍ୟ ତାଙ୍କ ଯାଗାରେ ଲିଚୁ ଲଗାଇ ବଗିଚା କରିଛନ୍ତି । ଲିଚୁ ପାଇଁ ଶୀତଳ ପରିବେଶ ଓ ଉର୍ବର ମାଟିର ଆବଶ୍ୟକତା ରହିଥିବା ବେଳେ ବଡବାହଳ ଅଞ୍ଚଳ ଏଥିପାଇଁ ଏକ ଅନୁକୁଳ ପରିବେଶ ଅଟେ । ଉର୍ବର ମାଟି ସାଙ୍ଗକୁ ଚିରସ୍ରୋତା ଜଳପ୍ରପାତରେ ଲିଜୁଗଛ ହୃଷ୍ଟପୃଷ୍ଟ ହୋଇ ବଢିବା ସହ ଫଳ ବେଶ ମିଠା ହୋଇଥାଏ ।ଚାଷୀ ମଧ୍ୟ ଭଲ ଦୁଇପଇସା ରୋଜଗାର କରିଥାଏ । ବର୍ତ୍ତମାନ ବଗିଚାରେ ଲିଚୁ ୧୦୦ଟାକୁ ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବଜାରରେ ଏହା ୧୦୦ରୁ ୧୨୦ ଟଙ୍କା ଦର ରହିଛି ।ଏଠାକାର ଲିଚୁର ଚାହିଦା ରହିଥିବା ବେଳେ ପ୍ରତ୍ୟହ ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଯାଉଛି ।

{"id":113428,"width":595,"height":334}


ଖରାଦିନେ ଲିଚୁ ପାଚିବା ଆରମ୍ଭ ହୋଇଗଲେ ବଗିଚା ମାଲିକ ମାନେ ଲିଚୁ ସଂଗ୍ରହରେ ଲାଗିପଡ଼ନ୍ତି । ବଡବଡ ଶିଡି ତିଆରି କରି ବେଶ ସାବଧାନତାର ସହିତ ଲିଚୁକୁ ସଂଗ୍ରହ କରିଥାନ୍ତି । ଏଥିସହ ଶ୍ରମିକ ନିୟୋଜିତ କରି ସେଗୁଡିକୁ ବିଡା ବାନ୍ଧିଥାନ୍ତି । ଏହାପରେ ଲିଚୁ ବିକ୍ରି ଉପଯୋଗୀ ହୋଇଥାଏ । ବେପାରୀମାନେ ବଗିଚାକୁ ଯାଇ ଚାଷୀଙ୍କ ଠାରୁ ଦୁଇ ପଇସା କମ୍ରେ ଲିଚୁ ଖରିଦ କରି ବଜାରରେ ବିକ୍ରି କରିଥାନ୍ତି। ଏଠାକାର ଲିଚୁ ବେଶ ମିଠା ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାର ଚାହିଦା ରହିଛି । ବହୁ ଲୋକ ଏହି ସମୟରେ ନିଜର ପରିବାରକୁ ନେଇ ବଡବାହାଳ ଆସି ଗୁଦଗୁଦା ଜଳପ୍ରପାତକୁ ଉପଭୋଗ କରିବା ସହ ଲିଚୁ ବଗିଚାରେ ଲିଚୁ ଖାଇବାର ଆନନ୍ଦ ନେଇଥାନ୍ତି । ଅନ୍ୟପଟେ ଳିଚୁ ଋତୁରେ ଏଠାକାର ଶ୍ରମିକ ମାନଙ୍କୁ ଏକ ନିୟୋଜନର ପନ୍ଥା ମିଳିଥାଏ ଲିଚୁ ତୋଳିବା ଓ ବାନ୍ଧିବା ପାଇଁ ଶ୍ରମିକ ମାନଙ୍କର ଆବଶ୍ୟକତା ରହିଥିବା ବେଳେ ଏଠାକାର ବହୁ ଲୋକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ଯାହା ତାଙ୍କୁ ଏକ ପ୍ରକାର ଆର୍ଥିକ ସମ୍ବଳ ଯୋଗାଇଥାଏ ।

{"id":113429,"width":594,"height":334}


ଖରାଦିନେ ଲିଚୁ ପାଚିବା ଆରମ୍ଭ ହୋଇଗଲେ ଅତି ସ୍ବଳ୍ପ ସମୟ ମଧ୍ୟରେ ସବୁ ଲିଚୁ ପାଚିଯାଇଥାଏ । ଏଭଳି ପରିସ୍ଥିତିରେ ତାକୁ କମ୍ ସମୟ ମଧ୍ୟରେ ଲିଚୁକୁ ବିକ୍ରି କରିବାକୁ ପଡୁଥିବାରୁ ଦରରେ ମଧ୍ୟ କିଛିଟା ହ୍ରାସ ହୋଇଥାଏ ।କୁଚିଣ୍ଡା ଅଞ୍ଚଳରେ ଲିଚୁ ବିକ୍ରି ପାଇଁ ବଜାରର ସୁବିଧା ଓ ଶୀତଳ ଭଣ୍ଡାରର ସୁବିଧା ରହିଥିଲେ ଲିଚୁଚାଷୀ ଲିଚୁର ପ୍ରକୃତ ମୁଲ୍ୟ ପାଇପାରନ୍ତେ।

{"id":113430,"width":596,"height":335}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.