ଚଳିତ ବର୍ଷର ୨୦ ସବୁଠୁ କମ୍‌ଜୋର ପାସଓ୍ବାର୍ଡ: ଗୋଟିଏ ସେକେଣ୍ଡ​‌ରେ ହୋଇପାରିବ ହ୍ୟାକ୍‌, ଦେଖନ୍ତୁ ଲିଷ୍ଟ…

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧: ପ୍ରତିବର୍ଷ ବିଶ୍ବରେ ୟୁଜରଙ୍କ ଦ୍ବାରା ବ୍ୟବହୃତ ଖରାପ ପାସଓ୍ବାର୍ଡ ଜାରି କରାଯାଏ। ବିଶେଷ କରି ଲୋକମାନେ ମନେ ରଖିପାରିବା ଭଳି ପାସଓ୍ବାର୍ଡ ବ୍ୟବହାର କରନ୍ତି। ଫୋନ ଲକ୍‌ ହେଉ ଅବା ବିଭିନ୍ନ ଲକରରେ ବ୍ୟବହାର ହେଉଥିବା ପାସ୍‌ଓ୍ବାର୍ଡ ହେଉ ଲୋକେ ସର୍ବଦା ଇଜି ପାସଓ୍ବାର୍ଡ ରଖନ୍ତି।

କିନ୍ତୁ ଏଭଳି ପାସଓ୍ବାର୍ଡକୁ ଅତି ସହଜରେ ହ୍ୟାକ୍‌ କରିପାରନ୍ତି ହ୍ୟାକର୍ସ। NordPass ୨୦୨୦ର ସବୁଠୁ ଖରାପ ପାସ୍‌ଓ୍ବାର୍ଡ ଲିଷ୍ଟ ଜାରି କରିଛି। ଏହା ମତରେ ସବୁଠୁ ଲୋକପ୍ରିୟ ପାସ୍‌ଓ୍ବାର୍ଡ ରହିଛି ୧୨୩୪୫୬ ଓ ୧୨୩୪୫୬୭୮୯। ଏହିସବୁ ପାସଓ୍ବାର୍ଡ ମଧ୍ୟରୁ ଅଧିକ ଏକ ସେକେଣ୍ଡରୁ କମ୍‌ ସମୟରେ କ୍ରାକ୍‌ କରାଯାଇପାରିବ।

NordPass ୨୦୨୦ରେ ଏଭଳି ୨୦୦ ପାସ୍ଓ୍ବାର୍ଡ ଲିଷ୍ଟ ଜାରି କରିଛି ଯାହାକି ଖୁବ କମନ୍‌। ପ୍ରତିବର୍ଷ କୋଟି କୋଟି ପାସ୍ଓ୍ବାର୍ଡ ଚୋରି ହେଉଛି। ସବୁବେଳେ କମ୍ପାନୀ କିମ୍ବା ଅନ୍ୟ ସୋର୍ସରୁ ପରାମର୍ଶ ମିଳେ କି ମଜଭୁତ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। ଏହି ଲିଷ୍ଟରେ ୨୦୦ରୁ ଅଧିକ ପାସଓ୍ବାର୍ଡ ଥିବା ବେଳେ ୨୦ଟି ଅତ୍ୟନ୍ତ ଖରାପ ବୋଲି ଜଣାପଡ଼ିଛି। ତେବେ ଏଥର ଆସିଥିବା ଖରାପ ପାସ୍‌ଓ୍ବାର୍ଡ ଲିଷ୍ଟ ୨୦୧୯ ଲିଷ୍ଟ ସହ କିଛି ସମାନ ରହିଛି। ଯାହାକୁ ହ୍ୟାକର୍ସ ସହଜରେ କ୍ରାସ୍‌ କରିପାରିବେ। ଦେଖନ୍ତୁ ଲିଷ୍ଟ…

123456

wp:list {"type":"1"}
  • 123456789
  • picture1
  • password
  • 12345678
  • 111111
  • 123123
  • 12345
  • 1234567890
  • senha
  • 1234567
  • qwerty
  • abc123
  • Million2
  • 000000
  • 1234
  • iloveyou
  • aaron431
  • password1
  • qqww1122
  • 123
  • omgpop
  • 123321
  • 654321
  • qwertyuiop
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.