Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘ର୍ମୁଁ ଚାଲି ଚାଲି ପାକିସ୍ତାନ ପଳାଇଥିଲି’ ଶୁଣନ୍ତୁ କ’ଣ କହୁଛନ୍ତି ବାପି ପଣ୍ଡା…

4/06/2020 at 4:59 PM

ଭୁବନେଶ୍ବର୪/୬: ଯାତ୍ରା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାପି ପଣ୍ଡା ବର୍ତ୍ତମାନ ସମୟରେ ଜଣେ ଲୋକପ୍ରିୟ କଳାକାର ଭାବେ ବେଶ ଜଣାଶୁଣା। ଯାତ୍ରା ପେଣ୍ଡାଲରେ ମୁହଁରେ ରଙ୍ଗ ମାଖି ଲୋକଙ୍କ ମନୋରଞ୍ଜନ କରୁଥିବା କଳାକାରମାନଙ୍କ ଜୀବନରେ ରହିଛି ଅନେକ ଦୁଃଖ ଭରା କାହାଣୀ। ସେହିପରି ଯାତ୍ରାଜଗତର ସୁନାମ ଧନ୍ୟ କଳାକାର ବାପି ପଣ୍ଡାଙ୍କ ଜୀବନରେ ସେହିଭଳି କିଛି ଅଜଣା କଥା ଆସନ୍ତୁ ଜାଣିବା। ତାଙ୍କ ଜୀବନର ସଂଘର୍ଷ ଏବଂ ଯାତ୍ରାରେ କିପରି କଲେ ଏଣ୍ଟ୍ରି, ଏ ସଂପର୍କରେ ଖୋଦ୍ ନିଜେ ବାପି ପଣ୍ଡା ବଖାଣିଛନ୍ତି।

ବାପି ପଣ୍ଡା ଯାତ୍ରା ଜଗତରେ ପାଦ ଥାପିବା ପୂର୍ବରୁ ବିଏସ୍‌ଏଫ୍‌ ବା ସେନା ସୁରକ୍ଷା ବାହିନୀରେ ଯବାନ ଭାବେ ଦେଶ ପାଇଁ କାମ କରୁଥିଲେ। କଳାକାର ପ୍ରତି ତାଙ୍କର ନିଶା ଧୀରେ ଧୀରେ ବେଶାରେ ପରିଣତ ହୋଇଯାଇଥିଲା। ବିଏସ୍‌ଏପଫ୍‌ରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଜୀବନରେ କିଛି ଅଭୁଲା ସ୍ମୃତି ସେୟାର କରିଥିଲେ ବାପି। ସେ ସେନାରେ କାର୍ଯ୍ୟରତ ଥିବା ସମୟରେ ଗୁଳି ଖାଇ ଆହାତ ମଧ୍ୟ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାପି ଏବଂ ତାଙ୍କର ଜଣେ ସାଥୀ କଥା ହୋଇ ଅନ୍ୟ ମସ୍କରେ ଚାଲି ଚାଲି ପାକିସ୍ତାନ ସୀମାରେ ପ୍ରବେଶ କରିଥଲେ। ସେମାନେ ଯେତେବେଳେ ହଠାତ୍ ଜାଣିଥିଲେ ତାଙ୍କ ଅଜଣାତରେ ପାକିସ୍ତାନରେ ପ୍ରବେଶ କରି ସାରିଛନ୍ତି। ଯେତେବେଳେ ବାପି ଏବଂ ତାଙ୍କର ସାଥୀ ଭୟଭୀତ ନ ହୋଇ ଖୁବ୍ ନାଟକୀୟ ଢ଼ଙ୍ଗରେ ସେଠୁ ମୁକୁଳିଥିଲେ। ଆହୁରି ମଧ୍ୟ ବାପି କହିଛନ୍ତି, ସେ ଯେଉଁ ସ୍ଥାନରେ ଥିଲେ, ପାଣିର ଘୋର ଅଭାବ ଥିଲା। ସେଥିପାଇଁ ଶୌଚ ହେବା ପାଇଁ ବାଲିର ସାହାଯ୍ୟ ନେଉଥିଲେ। କଣ କହୁଛନ୍ତି ବାପି ପଣ୍ଡା ଶୁଣନ୍ତୁ…

   Related Posts