ପ୍ରମୋଦଙ୍କ ପ୍ରେମ ଲୀଳାର ଶୁଣନ୍ତୁ ଅଡିଓ କ୍ଲିପ୍: ୬ ମାସ ହେଲା କେନ୍ଦ୍ରାପଡା ପୋଲିସ ଯୌନ ଶୋଷଣ ମାମଲା ରଖି ନଥିଲା କାହିଁକି

Published By : Prameya-News7 Bureau | October 30, 2019 IST

କେନ୍ଦ୍ରାପଡ଼ା ୩୦|୧୦:  କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ଲିମିଟେଡ୍ ସଭାପତିଙ୍କ ନାଁରେ ଯୌନ କେଳେଙ୍କାରୀ ମାମଲା ଏବେ ବାଟରେ ପଡ଼ି ହାଟରେ ଗଡୁଛି ।ଏନେଇ ନ୍ୟୁଜ୍ 7ରେ ଖବର ପ୍ରସାରଣ ପରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଏସ୍‌ପି କହିଛନ୍ତି ଯେ ଫୋନ ବାର୍ତ୍ତାଳପର ଅଡ଼ିଓ ସାମ୍ପଲ ଟେଷ୍ଟ ପାଇଁ ଯାଇଛି ।ପୀଡ଼ିତାଙ୍କର ବୟାନ ମଧ୍ୟ ରେକର୍ଡ ହୋଇଛି ।…

wp:html /wp:html

ବୟସ  ପାଖାପାଖି ତିନିକୋଡ଼ି ଧରୁଥିବ, ବସିବା ଯାଗାରୁ ଉଠିବା ବେଳକୁ ଭାରା ଦେବାକୁ ପଡୁଥିବ କିନ୍ତୁ ପ୍ରେମର ଜାଲ ବୁଣି କବୁତର ଧରିବାରେ ମାତିଛନ୍ତି । ଏମିତି କିଛି କେନ୍ଦ୍ରାପଡ଼ା ସାରା ହୁରିପଡ଼ିଛି । ପ୍ରମୋଦଙ୍କ ପ୍ରେମଲୀଳା ।କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ ଅପରେଟିଭ୍‌ ଲିମିଟେଡ୍‌ର ସଭାପତି ପ୍ରମୋଦ ସାହୁ କେମିତି ଫୋନ୍‌ରେ ତାଙ୍କରି କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଫାଶରେ ପକାଉଥିଲେ । ଧମକଚମକ ଦେଉଥିଲେ ଏସବୁ ଅଫିସରୁ ସହରକୁ ସହରରୁ ଥାନା କୋର୍ଟ କଚେରୀ ଡେଇଁ ଫୋନରୁ ଫୋନ ଘୁରି ବୁଲୁଛି । ମୋବାଇଲ ଫୋନ ଶିଖେଇଦେବା କହି ଚାମ୍ବରକୁ ଡାକିବା, ରାତିରେ ଡିଷ୍ଟର୍ବ କରିବା। ଏମିତି କିଛିର ଅଡିଓ କ୍ଲିପ ଘୁରିବୁଲୁଛି ।

{"id":177043}

ଅଭିଯୋଗ ଅନୁଯାୟୀ, ଫୋନ କରି ଖରାପ ବ୍ୟବହାର କରିବା ସହିତ ହ୍ବାଟ୍ସଆପ୍‌ରେ ବ୍ୟକ୍ତିଗତ ଚାଟ୍‌ କରୁଥିଲେ । କେବଳ ସେତିକି ନୁହେଁ ତାଙ୍କୁ ବିଭିନ୍ନ ଦାମୀ ଉପହାରର ପ୍ରଲୋଭନ ଦେଖାଉଥିଲେ ।

{"id":177044}

ଥରେ ନୁହେଁ ଏମିତି ଅନେକ ଥର ପୀଡ଼ିତାଙ୍କୁ ନିଜ ଫାଶରେ ପକାଇବାକୁ ଉଦ୍ୟମ କରିଛନ୍ତି ପ୍ରମୋଦ। ଚାମ୍ବରକୁ ଡାକି ଜୋର ଜବରଦସ୍ତ ବେକରେ ସୂତା ବନ୍ଧେଇ ପ୍ରଲୋଭିତ କରିବା ଏବଂ ବାଇକ ଦେବା ଭଳି ପ୍ରଲୋଭନ ଦେଉଥିଲେ । ଏଥିରେ  ବିଫଳ ହେବା ପରେ ଶେଷରେ ତାଙ୍କୁ ଏପ୍ରିଲ ୨୬ ତାରିଖରେ ମାର୍ଶାଘାଇ ଶାଖାକୁ ବଦଳି କରିଦିଆଗଲା ।  ଏହାର ପ୍ରତିବାଦ କରିବାରୁ ତାଙ୍କୁ  ଧମକ ଚମକ ଦିଆଯାଉଥିଲା  ବାଧ୍ୟ ହୋଇ ଜୁନ୍ ମାସ ୧୬ ତାରିଖରେ ଚାକିରୀରୁ ଇସ୍ତଫା ଦେଇଦେଲେ ବୋଲି ପୀଡ଼ିତା କହିଛନ୍ତି ।

{"id":177045}

 ପ୍ରମୋଦଙ୍କ ବିରୋଧରେ  ଅଫିସିଆଲ ସେକ୍ସୁଆଲ ହାରାସମେଣ୍ଟ ଆକ୍ଟ ଅନୁଯାୟୀ ଅଭିଯୋଗ ହେଲା -୧- ଚାମ୍ବରକୁ ଡାକି ପର୍ସନାଲ କଥା ହେବା ୨- ଗିଫ୍ଟ ଦେଇ ଲୋଭ ଦେଖାଇବା ୩- ଦ୍ବିଆର୍ଥ ବୋଧକ କଥା କହିବା ୪- ମେସେଜ, ଫୋନରେ ଅଶାଳୀନ ମନ୍ତବ୍ୟ ଦେବା ୫- ଧମକେଇବା ଓ ହଇରାଣ କରିବା କିନ୍ତୁ ଅଡିଓ ପ୍ରମାଣ ସହିତ ସବୁକିଛି ପୋଲିସକୁ ପୀଡ଼ିତା ଦେଇଥିଲେ ମଧ୍ୟ ୬ ମାସ ପର୍ଯ୍ୟନ୍ତ ପୋଲିସ ଦିନ ଗଡ଼ାଇଛି।

{"id":177046}

ପ୍ରମୋଦଙ୍କ ସହିତ ଯୋଗାଯୋଗ କରିଥିଲା ନ୍ୟୁଜ ସେଭେନ ଆଉ ସେ କହିଥିଲେ ଏସବୁ କିଛି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର।  ପ୍ରତିଶୋଧ ପରାୟଣ ହୋଇ ମହିଳା କର୍ମଚାରୀ ଏପରି ବଦନାମ କରୁଛନ୍ତି।

{"id":177047}

ଗୋଟିଏ ପଟେ ଯାଜପୁରର ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରୁ ରହସ୍ୟ ହଟିନଥିବା ବେଳେ ପୁଣି  କେନ୍ଦ୍ରାପଡ଼ାରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଘଟଣା ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.