ବିଶ୍ବରେ କଣ କଣ ଉଚ୍ଚତମ ଷ୍ଟାଚ୍ୟୁ ରହିଛି ଆସନ୍ତୁ ଜାଣିବା

Published By : Prameya-News7 Bureau | October 31, 2018 IST

ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବେ ବିଶ୍ବର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି । ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ଏହା ଦୁଇଗୁଣ ଅଧିକ ଉଚ୍ଚ । ବିଶ୍ବରେ ଆହୁରି ମଧ୍ୟ ଉଚ୍ଚ ଉଚ୍ଚ ଷ୍ଟାଚ୍ୟୁ ମାନ ରହିଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି : ଗୁଜରାଟରେ ଉନ୍ମୋଚିତ ହୋଇଛି ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଏକତାର ପ୍ରତୀକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରାଯାଇଛି । ଗୁଜୁରାଟ ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ନିର୍ମିତ ୧୮୨ ମିଟର ଉଚ୍ଚର ହୋଇଛି ଏହି ପ୍ରତିମୂର୍ତ୍ତି । ଏଥିପାଇଁ ୩୩ ମାସ ସମୟ ଲାଗିଥିବା ବେଳେ ମୋଟ୍ ୨ ହଜାର ୯୯୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ : ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ ଚୀନର ହେନାନ ସହରରେ ଅବସ୍ଥିତ । ଏହାର ଉଚ୍ଚତା ୧୫୩ ମିଟର ।  ଏହି ମୂର୍ତ୍ତିରେ ୧୧୦୦ଖଣ୍ଡ ତମ୍ବା କାଷ୍ଟ ରହିଛି । ଲେକ୍ୟୁନ୍ ସେତକେୟାର : ମିଆଁମାରରେ ରହିଛି ଏହି ମୂର୍ତ୍ତି । ଏହାର ଉଚ୍ଚତା ୧୧୬ମିଟର । ଏହା ୧୯୯୬ ମସିହାରେ ଆରମ୍ଭ ହୋଇ ୨୦୦୮ମସିହାରେ ସରିଥିଲା । ଏହା ୧୩.୫ ମିଟରର ସିଂହାସନ ଉପରେ ଅବସ୍ଥିତ । ଉସିକୁ ଡାଇବୁଟସୁ : ଏହା ଜାପାନର ଉସିକୁ ସହରରେ ରହିଛି । ଏହାର ଉଚ୍ଚତା ୧୧୦ମିଟର । ଏହା ସଂପୂର୍ଣ୍ଣ ଭାବେ ବ୍ରୋଞ୍ଜରେ ନିର୍ମିତ ହୋଇଛି । ଏହାକୁ ଚାରି ଅଲଗା ଅଲଗା ସ୍ତରରେ ବିଭକ୍ତ କରାଯାଇଛି । ଗୁଆନ ୟନ ଅଫ୍ ଦ ସାଉଥ୍ ସି ଅଫ୍ ସାନ୍ୟା : ଏହା ଚୀନର ହୈନାନରେ ଅବସ୍ଥିତ । ଏହାର ଉଚ୍ଚତା ୧୦୮ ମିଟର । ଏହି ମୂର୍ତ୍ତିରେ ଅଲଗା ଅଲଗା ଚେହେରା ରହିଛି । ପ୍ରଥମ ଚେହେରା ଭୂମି ପଟକୁ ଥାଏ, ଦ୍ବିତୀୟ ଚେହେରା ସମୁଦ୍ର ଆଡକୁ ଥାଏ । ସେଣ୍ଡାଇ ଡାଇକାନନ : ଜାପାନର ସେଣ୍ଡାଇର ଏକ ପାହାଡ ଶୀର୍ଷରେ ରହିଛି ଏହି ବୁଦ୍ଧ ମୂର୍ତ୍ତି । ଏହାର ଉଚ୍ଚତା ରହିଛି ୧୦୦ମିଟର । ବୁଦ୍ଧଙ୍କ ବୋଧିସତ୍ବ ପ୍ରାପ୍ତିର ପ୍ରତିନିଧିତ୍ବ କରୁଛି ଏହି ମୂର୍ତ୍ତି । ପର୍ଯ୍ୟଟକମାନେ ଲିଫ୍ଟ ସାହାଯ୍ୟରେ ମୂର୍ତ୍ତିର ଅଗ୍ରଭାଗକୁ ଯାଇ ସହରକୁ ଦେଖିପାରିବେ । ପିଟର ଦ ଗ୍ରେଟ୍ ଷ୍ଟାଚ୍ୟୁ : ଋଷର ମସ୍କୋରେ ରହିଛି ପିଟର ଦ ଗ୍ରେଟ୍ ଷ୍ଟାଚ୍ୟୁ । ଏହାର ଉଚ୍ଚତା ରହିଛି ୯୮ମିଟର । ୧୯୯୭ମସିହାରେ ଋଷ ସମ୍ରାଟ ପିଟର ଆଇଙ୍କ ସ୍ମୃତିରେ ଏହା ନିର୍ମିତ ହୋଇଥିଲା । ପିଟର ୪୩ବର୍ଷ ଧରି ଦେଶରେ ଶାସନ କରିଥିଲେ । ଷ୍ଟାଚ୍ୟୁ ଅଫ୍ ଲିବର୍ଟି : ଆମେରିକା ନ୍ୟୁୟର୍କରେ ରହିଛି ଷ୍ଟାଚ୍ୟୁ ଅଫ୍ ଲିବର୍ଟି । ଏହାର ଉଚ୍ଚତା ରହିଛି ୯୩ ମିଟର । ଏହା ସ୍ବତନ୍ତ୍ରତା ଏବଂ ଲୋକତନ୍ତ୍ରର ପ୍ରତୀକ ଭାବେ ନିର୍ମିତ ହୋଇଥିଲା । ଏହା ୧୯୨୪ ମସିହାରେ ରାଷ୍ଟ୍ରୀୟ ସ୍ମାରକ ଭାବେ ଘୋଷିତ ହୋଇଥିଲା । ଦି ମଦରଲ୍ୟାଣ୍ଡ କଲ୍ସ : ଋଷିଆରେ ରହିଛି ଦି ମଦରଲ୍ୟାଣ୍ଡ କଲସ । ଏହାର ଉଚ୍ଚତା ୮୭ ମିଟର ରହିଛି । ଦ୍ବିତୀୟ ବିଶ୍ବ ଯୁଦ୍ଧରେ ସୋଭିୟତ ସୈନିକମାନଙ୍କ ଦ୍ବାରା ଦିଆଯାଇଥିବା ବଳିଦାନର ସ୍ମୃତି ପାଇଁ ଏହି ମୂର୍ତ୍ତି ନିର୍ମାଣ ହୋଇଥିଲା । ଖ୍ରାଏଷ୍ଟ ଦ ରିଡିମର : ବ୍ରାଜିଲରେ ରହିଛି ଖ୍ରାଏଷ୍ଟ ଦ ରିଡିମର ମୂର୍ତ୍ତି । ଏହାର ଉଚ୍ଚତା ୩୦ମିଟର ଏବଂ ପ୍ରସ୍ତ ୨୮ କିଲୋମିଟର । ଏହା ଖ୍ରୀଷ୍ଟିଆନ ଧର୍ମର ବିଶ୍ବବ୍ୟାପକତାର ପ୍ରତୀକ ଭାବେ ଗ୍ରହଣଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.