Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବେ ତିନି ଦଳର ଏହି ହେଭିଓ୍ୱେଟ୍ ନେତା

3/10/2019 at 6:45 PM

ବରଗଡ।ଭୁବନେଶ୍ୱର ୩।୧୦:  ବିଜେପୁର ନିର୍ବାଚନ ପ୍ରଚାର ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେପି କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା, ଆଉ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଠାରୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାଁ । ବିଜେପୁର ଉପନିର୍ବାଚନରେ କେଉଁ ମାନେ ଦଳର ତାରକା ପ୍ରଚାରକ ହେବେ ସେନେଇ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଯେଉଁ ୪୦ ଜଣିଆ ପ୍ରଚାରକ ତାଲିକା ଦିଆଯାଇଛି ସେଥିରେ ଏଭଳି ହାଇପ୍ରୋଫାଇଲ ନେତାମାନଙ୍କ ନାଁ ଦେଇଛନ୍ତି ସବୁଦଳ । ବିଜେଡି ତ ନବୀନଙ୍କ ନାଁକୁ ମିଶାଇ ଡଜନେ ମନ୍ତ୍ରୀଙ୍କୁ ହାଇଭୋଲଟେଜ କ୍ୟାମ୍ପେନ ପାଇଁ ମୈଦାନକୁ ଓହ୍ଳାଇବ । ଦଳର ବହୁ ବିଧାୟକ ଓ ସାଂସଦ ସେଠି ଏକପ୍ରକାର କ୍ୟାମ୍ପ ପକାଇବେ । ନବୀନ ବି ଶେଷ ଆଡକୁ ୨ ଦିନ ଅର୍ଥାତ ୧୭ ଓ ୧୮ ତାରିଖ ଦିନ ରୀତାଙ୍କ ପାଇଁ କ୍ୟାମ୍ପେନ ମଙ୍ଗ ଧରିବେ । ଗତଥର ଭଳି ଏଥର ବି ସେଠି ରାତିରେ ରହିବେ ନବୀନ । ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ସରିଥିବାରୁ କାଲିଠାରୁ ଆରମ୍ଭ ହୋଇଯିବ ଅସଲ ପ୍ରଚାର । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ  କହିଛନ୍ତି ତାଙ୍କ ପାସଙ୍ଗରେ ପଡିବେନି ବିରୋଧି ବିଜେପି ଓ କଂଗ୍ରେସ ।

ବିଜେପିର ୪୦ ଜଣିଆ ପ୍ରଚାର ତାଲିକାରେ ଅଛି ନୂଆକରି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ନେଇଥିବା ଜେପି ନଡ୍ଡାଙ୍କ ନାଁ । ତାଙ୍କ ସହିତ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଓ ପ୍ରତାପ ଷଡଙ୍ଗୀ ବି ଦଳୀୟ ପ୍ରାର୍ଥି ସନତ ଗଡତିଆଙ୍କ ପାଇଁ ହାଇଭୋଲଟେଜ କ୍ୟାମ୍ପେନ କରିବେ । ଏହାବାଦ୍ ଦଳର ବହୁ ବିଧାୟକ , ସାଂସଦ ବି ପ୍ରଚାର ମଙ୍ଗ ଧରିବେ । ବିଜେପି ଟାର୍ଗେଟରେ ରୀତା ସାହୁ ନୁହଁନ୍ତି ରହିବେ ନବୀନ ପଟ୍ଟନାୟକ । କଣ ପାଇଁ ସାଧାରଣ ନିର୍ବାଚନରେ ନବୀନ ପଶ୍ଚିମ ଓଡିଶାବାସୀଙ୍କୁ ନିଜର କହି ପରେ ବିଜେପୁର ବାସୀଙ୍କ ଉପରେ ୫ ମାସ ଭିତରେ ପୁଣି ଏକ ନିର୍ବାଚନ ଥୋପିଲେ ସେ ପ୍ରସଙ୍ଗ ଉଠାଇବ ବିଜେପି । ସେହିଭଳି ବିଜେପୁର ପାଇଁ ଘୋଷଣା ହୋଇଥିବା ସବୁ ପ୍ରକଳ୍ପ କାମ କୁଆଡେ ଗଲା ବୋଲି ପ୍ରଶ୍ନ କରିବ ବୋଲି  ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି । ସେନେଇ ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ହେବା ସହ  ପରିଚାଳନା ଅଫିସ ଆଜି ବିଜେପୁରରେ ଖୋଲାଯାଇଛି ।

ତେବେ କଂଗ୍ରେସର ଷ୍ଟାର ପ୍ରଚାର ତାଲିକା ଆଖି ଝଲସେଇ ଦେବାଭଳି । ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂ ଆଦି ୧୫ କେନ୍ଦ୍ରିୟ ନେତାଙ୍କ ଲମ୍ବା ତାଲିକା ଅଛି ୪୦ ଜଣିଆ ନାମ ତାଲିକାରେ ।  ଉପନିର୍ବାଚନ ପ୍ରଚାର କରିବାକୁ ଏମାନେ ସତରେ ଆସିବେ ନା କେବଳ ନାଁ ଦିଆଯାଇଛି ତାହାତ ସମୟ ସ୍ଥିର କରିବ। ତେବେ ଏଥର କଂଗ୍ରେସ ବିଜେପୁରରେ ଟିକେ ଆଗ୍ରେସିଭ ମୋଡ୍ ରେ ରହିବ ବୋଲି ଦଳ ଭିତରେ ଚର୍ଚ୍ଚା ଚାଲିଛି । ଦଳର ଟାର୍ଗେଟ, ବିଜେଡି ଓ ବିଜେପି ଭିତରେ କମୁଥିବା ଦୂରତାକୁ ପ୍ରସଙ୍ଗକରି କଂଗ୍ରେସ କର୍ମୀଙ୍କୁ ଏକଜୁଟ କରିବା ଆଉ ରାଜ୍ୟ ସରକାରଙ୍କ ବିଜେପୁର ବିକାଶ ପ୍ରତିଶ୍ରୁତି ଉପରୁ ପରଦା ହଟାଇବା । ଦଳର ନୂଆ ଚେହେରା ଦିଲ୍ଲୀପ ପଣ୍ଡା ବି ଉଭୟ ବିଜେପି ଓ ବିଜେଡିକୁ ଭଲ ଫାଇଟ୍ ଦେବେ ବୋଲି କଂଗ୍ରେସ କନଫିଡେଣ୍ଟ ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବବୋଲି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

ସବୁଦଳର ପ୍ରଚାରକ ତାଲିକା ତ ବେଶ ଲମ୍ବା । ହେଲେ ବିଜେପି ଓ କଂଗ୍ରେସ ଜାତୀୟ ଦଳ ହୋଇଥିବାରେ ତାଲିକାରେ ନାଁ ଥିବା ସବୁ ନେତା ପ୍ରଚାର ମୈଦାନକୁ ଓହ୍ଲାଇବେ ତାର କିଛି ଗ୍ୟାରେଣ୍ଟି ନାହିଁ । ହେଲେ ବିଜେଡିର ପ୍ରଚାର ତାଲିକାରେ ନାଁ ଥିବା  ନେତା ଏବଂ ନଥିବା ନେତା ବି ସେଠାରେ ଦେଖିବାକୁ ମିଳିବେ  ବୋଲି ଆଶା କରାଯାଉଛି ।

   Related Posts