Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧୫ଜଣିଆ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ବରିଷ୍ଠ ଆଇନଜୀବି ପରାସରଣ,ଶଙ୍କରାଚାର୍ଯ୍ୟ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ

6/02/2020 at 11:37 AM

ନୂଆଦିଲ୍ଲୀ ୬/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଘୋଷଣା କରିଥିଲେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ୧୫ଜଣ ସଦସ୍ୟ ରହିବେ। ଏଥିରେ ୯ସ୍ଥାୟୀ ଏବଂ ୬ଜଣ ନାମିତ ସଦସ୍ୟ ରହିବେ। ସରକାର ଟ୍ରଷ୍ଟରେ ସାମିଲ ହୋଇଥିବା ସଦସ୍ୟଙ୍କ ନାଁ ଫାଇନାଲ୍ କରି ନେଇଛନ୍ତି।

ସୁପ୍ରିମ୍ କୋର୍ଟରେ ରାମଲଲା ବିରାଜମାନ ସପକ୍ଷରେ ଯୁକ୍ତି ବାଢ଼ିଥିବା ବରିଷ୍ଠ ଓକିଲ କେଶବନ୍ ଅୟଙ୍ଗାର ପରାସରଣ ଟ୍ରଷ୍ଟରେ ରହିବେ। ଟ୍ରଷ୍ଟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଜଗତଗୁରୁ ମାଧବାନନ୍ଦ ସ୍ବାମୀ,ଯୁଗ ପୁରୁଷ ପରମାନନ୍ଦ ଜୀ ମହାରାଜଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିବ। ଏହା ବ୍ୟତୀତ ପୁଣେର ଗୋବିନ୍ଦ ଦେବ ଗିରି,ଅଯୋଧ୍ୟାର ଡାକ୍ତର ଅନିଲ ମିଶ୍ରା,କାମେଶ୍ବର ଚୌପାଲ ଏବଂ ନିର୍ମୋହି ଅଖାଡ଼ାର ଧୀରେନ୍ଦ୍ର ଦାସଙ୍କ ନାଁ ମଧ୍ୟ ସାମିଲ ରହିଛି।

ରାମ ମନ୍ଦିର ଟ୍ରଷ୍ଟରେ ଜଣେ ପ୍ରତିନିଧି କେନ୍ଦ୍ର ସରକାରଙ୍କ ତରଫରୁ ନାମିତ କରାଯିବ। ଏହି ସଦସ୍ୟ ଭାରତୀୟ ପ୍ରଶାସନିକ ସେବାର ଓ୍ବାର୍କିଙ୍ଗ ସଦସ୍ୟ ରହିଥିବେ। ଜଣେ ପ୍ରତିନିଧି ରାଜ୍ୟ ସରକାରଙ୍କ ତରଫରୁ ନାମିତ କରାଯିବେ। ସେ ମଧ୍ୟ ରାଜ୍ୟ ସରକାରରେ ନିୟୋଜିତ ଜଣେ ଆଇଏଏସ୍ ଅଧିକାରୀ ହୋଇଥିବେ। ଏହା ସହିତ ଅଯୋଧ୍ୟାର ଜିଲ୍ଲାଧିକାରୀ ପଦେନ ଟ୍ରଷ୍ଟି ହେବେ।

କେଶବନ୍ ଅୟଙ୍ଗାର ପରାସରଣ, ଜଗତଗୁରୁ ଶଙ୍କରାଚାର୍ଯ୍ୟ,ଜ୍ୟୋତିଷପୀଠାଧିଶ୍ବର ସ୍ବାମୀ ବାସୁଦେବାନନ୍ଦ ଜୀ ମହାରାଜ,ଜଗତଗୁରୁ ମାଧବାନନ୍ଦ ସ୍ବାମୀ ବିଶ୍ବ ପ୍ରସନ୍ନାତୀର୍ଥ ଜି ମହାରାଜ ପୀଜାଓ୍ବର ମଠ,ଯୁଗପୁରୁଷ ପରମାନନ୍ଦ ଜି ମହାରାଜ, ଗୋବିନ୍ଦ ଦେବ ଗିରି,ବିମଳେନ୍ଦୁ ମୋହନ ପ୍ରତାପ ମିଶ୍ରା,ହୋମିଓପାଥି ଚିକିତ୍ସକ ଡାକ୍ତର ଅନିଲ ମିଶ୍ରା, କାମେଶ୍ବର ଚୌପାଲ,ମହନ୍ତ ଧୀରେନ୍ଦ୍ର ଦାସ ନିର୍ମାହୀ ଅଖାଡ଼ା,ସଙ୍କଳ୍ପ ଦ୍ବାରା ନାମିତ ଜଣେ ପ୍ରମୁଖ ବ୍ୟକ୍ତି,ଭାରତୀୟ ପ୍ରଶାସନିକ ସେବାରେ ସେବାରତ ଜଣେ ସଦସ୍ୟ,ରାଜ୍ୟ ସରକାର ଦ୍ବାରା ନାମିତ ଜଣେ ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଭାରତୀୟ ପ୍ରଶାସନିକ ସେବାର ଜଣେ ସଦସ୍ୟ ଏବଂ ଅଯୋଧ୍ୟାର ଡିଏମ୍ ପଦେନ୍ ଟ୍ରଷ୍ଟି ହେବେ।

କେନ୍ଦ୍ର ସରକାରଙ୍କ ଗଜେଟ୍ ମୁତାବକ ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ହେବ। ଟ୍ରଷ୍ଟର ପରାସରଣର ଆବାସ ଆର୨୦,ଗ୍ରେଟର କୈଳାଶ,ପାର୍ଟ-୧,ନୂଆଦିଲ୍ଲୀରୁ ଚାଲୁ ହେବ। ଟ୍ରଷ୍ଟି ନିଷ୍ପତ୍ତି ନେଇ ପାରିବେ ଯେ ଅଫିସ୍ କେଉଁଠି ସ୍ଥାନାନ୍ତର କରାଯାଇପାରିବ। ଟ୍ରଷ୍ଟ ସମ୍ପତ୍ତି ଏବଂ ଫଣ୍ଡ ଉଭୟର ସଞ୍ଚାଳନ କରିବ। ଟ୍ରଷ୍ଟ୍ ସମୟାନୁସାରେ ନିୟମରେ ପରିବର୍ତ୍ତନ କରିବ।

ଟ୍ରଷ୍ଟିରେ ରହିଥିବା ସମସ୍ତ ସଦସ୍ୟ ହିନ୍ଦୁ ହେବା ଅନିବାର୍ଯ୍ୟ। ସୁପ୍ରିମ କୋର୍ଟର ନିର୍ଦେଶ ଅନୁସାରେ ନିର୍ମାହି ଅଖାଡ଼ାର ମହନ୍ତ ଧୀରେନ୍ଦ୍ର ଦାସ ମଧ୍ୟ ଜଣେ ଟ୍ରଷ୍ଟି ହେବେ। ଏହି ଟ୍ରଷ୍ଟର ଚେୟାରମ୍ୟାନଙ୍କୁ ଟ୍ରଷ୍ଟି ନିଯୁକ୍ତ କରିବେ।

   Related Posts