Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ରଣବୀର କପୁରଙ୍କ ଏହି ୬ଜଣ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ତାଲିକା ଜାଣନ୍ତୁ…ଜଣେ ଥିଲେ ପାକିସ୍ତାନୀ

29/09/2019 at 4:27 PM

ମୁମ୍ବାଇ୨୯|୯: ବଲିଉଡ ଇଣ୍ଡଷ୍ଟ୍ରିରେ ରଣବୀର କପୁର ସବୁଠୁ ହ୍ୟାଣ୍ଡସମ୍ ଅଭିନେତା ଭାବେ ପରିଚିତ। ଲକ୍ଷ ଲକ୍ଷ ଝିଅମାନେ ରଣବୀରଙ୍କ ପ୍ରେମରେ ପାଗଳ। ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଅପେକ୍ଷାରେ ସବୁ ଝିଅମାନେ ଥାନ୍ତି। ତାଙ୍କ ଅଭିନୟ ପାଇଁ ସେ ବଲିଉଡରେ ଶ୍ରେଷ୍ଠ ଅଭିନେତାର ସ୍ଥାନ ମଧ୍ୟ ହାସଲ କରିଛନ୍ତି । ରଣବୀର ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ।

ଏବେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁର ରିଲେସନଶିପରେ ଅଛନ୍ତି । ଉଭୟଙ୍କ ସଂପର୍କ ଏବେ ବେଶ ଚର୍ଚ୍ଚାରେ ରହିଛି। ହେଲେ ଆଲିୟା ରଣବୀରଙ୍କ ଜୀବନରେ ଆସିବା ପୂର୍ବରୁ ରଣବୀର ଅନେକ ଝିଅଙ୍କ ସହ ରିଲେସନଶିପ୍‌ରେ ଥିଲେ। ତେବେ ରଣବୀର କପୁର ଏହି ୬ ଜଣ ଅଭିନେତ୍ରୀଙ୍କ ସହ ରିଲେସନଶିପରେ ଥିଲେ ଜାଣନ୍ତୁ।    

୧- ସୋନମ୍‌ କପୁର

ରଣବୀର କପୁର ଓ ସୋନମ୍ କପୁର ଏକା ସହ ବଲିଉଡରେ ଡେବ୍ୟୁ କରିଥିଲେ। ସାୱରିୟା ଫିଲ୍ମରେ ଅଭିନୟ କରି ଉଭୟ ପରଦାରେ ପ୍ରଥମ ଥର ନଜର ଆସିଥିଲେ। ଏହି ଫିଲ୍ମ ସେଟ୍‌ରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଫିଲ୍ମ ରିଲିଜ ହେବା ପରେ ଉଭୟଙ୍କ ଆଫେୟର ବିଷୟରେ ଚର୍ଚ୍ଚା ହେଉଥିଲା। ହେଲେ ରଣବୀର ଓ ସୋନମ୍‌ଙ୍କ ସମ୍ପର୍କ ଭାଙ୍ଗିଯିବାର କାରଣ ଦୀପିକା ପାଦୁକୋନ ଥିଲେ ବୋଲି କୁହାଯାଏ।

୨- ଦୀପିକା ପାଦୁକୋନ

୨୦୦୭ ମସିହାରେ ଦୀପିକା ଓ ରଣବୀର କପୁରଙ୍କ ରିଲେସନଶିପ୍‌ ଆରମ୍ଭ ହୋଇଥିଲା। ଉଭୟଙ୍କୁ ସବୁ ସ୍ଥାନରେ ଏକା ସହ ସ୍ପଟ କରାଯାଏ। କିନ୍ତୁ ରଣବୀର କ୍ୟାଟ୍ରିନାଙ୍କ ସହ ଅଧିକ ମିଳାମିଶା କରିଥିବାରୁସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।ନିଜେ ରଣବୀର ମଧ୍ୟ କ୍ୟାଟ୍ରିନାଙ୍କ ସହ ଅଧିକ ସମୟ ରହିବା ପରେ ଦୀପିକାଙ୍କୁ ଛାଡିବାକୁ ଚାହୁଁଥିଲେ। ପରବର୍ତ୍ତୀ ସମୟରେ ରଣବୀର ଓ ଦୀପିକା ଏକା ସହ ଅନେକ ଫିଲ୍ମ ମଧ୍ୟ କରିଥିଲେ।

୩- କ୍ୟାଟ୍ରିନା କୈଫ

ଅଜବ ପ୍ରେମ କି ଗଜବ କାହାନୀ ଫିଲ୍ମରୁ କ୍ୟାଟ୍ରିନା କୈଫ ଏବଂ ରଣବୀର କପୁରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଉଭୟ ଅନେକ ଦିନ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରୁଥିଲେ। ସମସ୍ତଙ୍କୁ ଏହି ଯୋଡ଼ି ଖୁବ୍ ପସନ୍ଦ ଆସିଥିଲା। ରିଲେସନଶିପରେ ରହିବା ସମୟରେ କ୍ୟାଟ୍‌ ଓ ରଣବୀର ବିଦେଶ ମଧ୍ୟ ବୁଲାବୁଲି କରିବାକୁ ଯାଇଥିଲେ। ସେମାନଙ୍କ ଫଟୋ ଭାଇରାଲ ହେଉଥିଲା। ହେଲେ କୌଣସି କାରଣ ଯୋଗୁଁ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

୪- ସୃତି ହାସନ

କମଲ ହାସନଙ୍କ ଝିଅ ସୃତି ଉପରେ ମଧ୍ୟ ରଣବୀର କପୁରଙ୍କ ଦିଲ ଆସିଥିଲା। ସୃତି ଓ ରଣବୀର ପ୍ରଥମ ଥର ପାଇଁ ଏକ ବ୍ରାଣ୍ଡ ଶୁଟ୍‌ରେ ପରସ୍ପରଙ୍କୁ ଭେଟିଥିଲେ। ଏହା ପରେ ଉଭୟ ରିଲେସନଶିପ୍‌ରେ ଥିବା ନେଇ ଚର୍ଚ୍ଚା ହେଉଥିଲା। କିଛି ଦିନ ପରେ ଦୁହେଁ ବ୍ରେକ୍‌ଅପ କରିଥିଲେ।

୫- ଅବନ୍ତିକା ମଲିକ

ବର୍ତ୍ତମାନ ଆମୀର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ସ୍ତ୍ରୀ ହେଉଛନ୍ତି ଅବନ୍ତିକା । ଅବନ୍ତିକା ମଧ୍ୟ ଜଣେ ଅଭିନେତ୍ରୀ। ଛୋଟ ପରଦାରେ ଜଷ୍ଟ ମହବ୍ବତ ନାମକ ଗୋଟେ ଧାରାବାହିକରେ ସେ ଅଭିନୟ କରୁଥିଲେ। ଅବନ୍ତିକା  ଏବଂ ରଣବୀର କପୁର ଏକା ସହ ସ୍କୁଲରେ ପାଠ ପଢୁଥିଲେ। ଉଭୟଙ୍କ ପ୍ରେମ କାହାଣୀ ସ୍କୁଲରେ ଆରମ୍ଭ ହୋଇଥିଲା। ବଲିଉଡରେ ପାଦ ଦେବା ପରେ ରଣବୀର ତାଙ୍କୁ ଛାଡିଦେଇଥିଲେ।

୬- ମାହିରା ଖାନ

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ରଣବୀରଙ୍କ ସହ ରିଲେସନଶିପ୍‌ରେ ଥିଲେ। ଛୁଟି ବିତାଇବା ପାଇଁ ରଣବୀର ମାହିରାଙ୍କୁ ନେଇ ନ୍ୟୁୟର୍କ ଯାଇଥିଲେ। ଉଭୟ ସିଗାରେଟ ଟାଣୁଥିବାର ଏକ ଫଟୋ ଖୁବ ଭାଇରାଲ ହୋଇଥିଲା। ଉଭୟଙ୍କ ସମ୍ପର୍କ ବହୁତ କମ ଦିନ ପାଇଁ ଥିଲା।

   Related Posts