ସେପଟେମ୍ବର ୧୭ ତାରିଖରୁ ଆରମ୍ଭ ହେବ ମଙ୍ଗଳକାରୀ ସଂଯୋଗ, ଏହି ରାଶିର ଲୋକଙ୍କର ହେବ ମଙ୍ଗଳ

Published By : Prameya-News7 Bureau | September 16, 2019 IST

ଶାସ୍ତ୍ର ଅନୁସାରେ ନବଗ୍ରହରେ ପରିବର୍ତ୍ତନ ହୋଇଥିବାରୁ ଚଳିତ ମାସ ୧୭ ତାରିଖରୁ ମଙ୍ଗଳକାରୀ ସଂଯୋଗର ଆରମ୍ଭ ହେବାକୁ ଯାଉଛି। ଏହା କିଛି ରାଶିର ଲୋକଙ୍କ ପାଇଁ ମଙ୍ଗଳ ହିଁ ମଙ୍ଗଳ ହୋଇପାରେ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକଙ୍କ ଜୀବନରେ ମଙ୍ଗଳକାରୀ ସଂଯୋଗ ପ୍ରଭାବରେ ମଙ୍ଗଳ ହୋଇପାରେ ଜାଣନ୍ତୁ।

ମେଷ ଓ ମିଥୁନ ରାଶି- ଶାସ୍ତ୍ର ଅନୁସାରେ ଚଳିତ ମାସ ୧୭ ତାରିଖରେ ମଙ୍ଗଳକାରୀ ସଂଯୋଗର ଆରମ୍ଭ ହେବାକୁ ଯାଉଛି । ଏହା ମିଥୁନ ଓ ମେଷ ରାଶି ଲୋକଙ୍କ ପାଇଁ ଶୁଭ ହୋଇପାରେ। ଏହା ଦ୍ବାରା ଉଭୟ ରାଶିର ଲୋକଙ୍କ ଜୀବନରେ ସୁଖ ଆସିପାରେ। ଯେଉଁ ଜିନିଷ ସମ୍ପୂର୍ଣ୍ଣ ଭାବେ ହେଉନଥିବ ତାହା ଏହି ସମୟରେ ହେବ। ଜୀବନସାଥି ରୂପରେ ଭଲ ପାଇବା ମିଳିବ।

କୁମ୍ଭ ଓ ବୃଷ ରାଶି- ଚଳିତ ମାସ ୧୭ ତାରିଖରୁ କୁମ୍ଭ ଓ ବୃଷ ରାଶିର ଲୋକଙ୍କ ଭାଗ୍ୟ ବଦଳିଯିବ। ଏମାନଙ୍କ ଜୀବନରେ ସବୁକିଛି ଭଲ ହେବ। ଏହା ସହ ଜୀବନରେ ମଙ୍ଗଳ ହିଁ ମଙ୍ଗଳ ହେବ। ଏହି ରାଶିର ଲୋକେ ଆର୍ଥିକ ରୂପରେ ମଜବୁତ ହୋଇପାରନ୍ତି। ଏମାନଙ୍କ ଘରର ସବୁ ସମସ୍ୟା ଦୂର ହେବ।  ଧନ ପ୍ରାପ୍ତ ହେବା ସହ ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ରହିବ। ଏହି ରାଶିର ଲୋକେ ହନୁମାନଙ୍କୁ ପୂଜା କଲେ ସେମାନଙ୍କ ପାଇଁ ଲାଭଦାୟକ ହେବ।

କର୍କଟ ଓ ଧନୁ ରାଶି- ଶାସ୍ତ୍ର ଅନୁସାରେ କର୍କଟ ଓ ଧନୁ ରାଶିର ଲୋକଙ୍କ ଜୀବନ ସୁଖମୟ ହେବ। ଏହି ରାଶିର ଲୋକେ ପରିଶ୍ରମ କରିଥିଲେ ତାଙ୍କୁ ସଫଳତା ମିଳିବ। ଆର୍ଛିକ ସ୍ଥିତିରେ ସୁଧାର ଆସିବ। ଏମାନଙ୍କ ଜୀବନର ସବୁ ଦୁଃଖ ଦୂର ହେବ। ଏପ୍ରତ୍ୟେକ ସମସ୍ୟାର ମଧ୍ୟ ସମାଧାନ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.