Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା କେଉଁ କେଉଁ ବିଧାନସଭା ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ କୋଟିଏରୁ ଅଧିକ ଜାଣନ୍ତୁ

ଭୁବନେଶ୍ବର୧୫|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବା ରାଜ୍ୟର  ୩୫ଟି ବିଧାନସଭା ନିର୍ବାଚନମଣ୍ଡଳିର ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ପଟ୍ଟନାୟଙ୍କ ସମ୍ପତ୍ତିର ମୂଲ୍ୟ ୬୩ କୋଟି ହୋଇଥିବାବେଳେ ପାଟଣାଗଡର ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂ ଦେଓଙ୍କ ସମ୍ପତ୍ତିର ମୂଲ୍ୟ ୩୭କୋଟି । ସେହିଭଳି ଝାରସୁଗୁଡା ବିଧାୟକ ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୩କୋଟି । ବଲାଙ୍ଗିର ଜିଲ୍ଲା ପଟଣାଗଡ ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ସମ୍ପତ୍ତିର ମୂଲ୍ୟ ୩୧ କୋଟି, ଗଂଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରୁ ବିଜେପି ପ୍ରାର୍ଥୀ ବିଜୟକୁମାର ସ୍ବାଇଁଙ୍କ ସମ୍ପତ୍ତିର ମୂଲ୍ୟ ୧୫କୋଟି ରହିଛି ।

 ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂଦେଓଙ୍କ ସମ୍ପତ୍ତିର ମୂଲ୍ୟ ୧୫ କୋଟି, ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡିର ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କ ସମ୍ପତ୍ତିର ମୂଲ୍ୟ ୧୧କୋଟି, ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କ ସମ୍ପତ୍ତିର ମୂଲ୍ୟ ୮କୋଟି, ଗଂଜାମ ଜିଲ୍ଲା ହିଂଜିଳିରୁ ବିଜେପି ପ୍ରାର୍ଥୀ ପୀତମ୍ବର ଆଚାର୍ଯ୍ୟଙ୍କ ସମ୍ପତ୍ତିର ମୂଲ୍ୟ ୭ କୋଟି ବୋଲି ଦର୍ଶାଯାଇଛି ।

ସେହିଭଳି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କ ସମ୍ପତ୍ତିର ମୂଲ୍ୟ ୭କୋଟି ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳିର  ସ୍ବାଧୀନ ପ୍ରାର୍ଥୀ ଆନନ୍ଦ ବାରିକଙ୍କ ସମ୍ପତ୍ତିର ମୂଲ୍ୟ ୫ କୋଟି, ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କ ସମ୍ପତ୍ତିର ମୂଲ୍ୟ ୫କୋଟି ଦର୍ଶା ଯାଇଛି ।

 ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳିର ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀଙ୍କ ସମ୍ପତ୍ତିର ମୂଲ୍ୟ ୪କୋଟି ଟଙ୍କା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ୪କୋଟି ରହିଛି । ବରଗଡ ଜିଲିଲା ପଦମପୁର ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥୀ ବିଜୟରଂଜନ ସିଂ ବରିହାଙ୍କ ସମ୍ପତ୍ତିର ମୂଲ୍ୟ ୪କୋଟି ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ୪କୋଟି ରହିଛି ।  ଗଞ୍ଜାମ ଜିଲ୍ଲା ପୋଲସରା ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମ୍ପତ୍ତିର ମୂଲ୍ୟ ୪ କୋଟି ଦର୍ଶାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୁଜାରୀଙ୍କ ସମ୍ପତ୍ତିର ମୂଲ୍ୟ ୩କୋଟି ହୋଇଥିବାବେଳେ ଗଞ୍ଜାମଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ୩ କୋଟି ଦର୍ଶାଯାଇଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସମ୍ପତ୍ତିର ମୂଲ୍ୟ ୩କୋଟି ହୋଇଥିବାବେଳେ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ୩କୋଟି ଟଙ୍କା । ସୁନ୍ଦରଗଡ ଜିଲ୍ଲା ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳିର ସ୍ବାଧୀନ ପ୍ରାର୍ଥୀ ପୀତବାସ ମିଶ୍ରଙ୍କ ସମ୍ପତ୍ତିର ମୂଲ୍ୟ୩କୋଟି ହୋଇଥବାବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳଙ୍କ ସମ୍ପତ୍ତିର ମୂଲ୍ୟ ୩କୋଟି ରହିଛି ।

ବରଗଡ ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କ ସମ୍ପତ୍ତିର ମୂଲ୍ୟ ୩କୋଟି ହୋଇଥିବାବେଳେ ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ସମ୍ପତ୍ତିର ମୂଲ୍ୟ ୨କୋଟି ଟଙ୍କା ।ବରଗଡ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ସନତ ଗର୍ଡିଆଙ୍କ ସମ୍ପତ୍ତିର ମୂଲ୍ୟ ୨କୋଟି ଦର୍ଶାଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାର ହିଂଜିଳି ବିଧାନସଭା ନିର୍ବାଚନମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ, ବରଗଡ ବିଧାନସଭା ନିର୍ବାଚନମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶ ଏବଂ ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳିର ବିଜେଡିର ପ୍ରାର୍ଥୀ ଯୋଗେଶ ସିଂଙ୍କ ସମ୍ପତ୍ତିର ମୂଲ୍ୟ ୨କୋଟି ଲେଖାଏଁ ଦର୍ଶାଯାଇଛି । 

ଭଟଲିର କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ମହାପାତ୍ର, ସୋନପୁରରୁ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା, ଝାରସୁଗୁଡାର ସ୍ବାଧୀନ ପ୍ରାର୍ଥୀ ସ୍ନେହଁଲତା ନାଏକ, କଣ୍ଟାବାଞ୍ଜିର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା, ବାଲିଗୁଡାର ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝୀ, ବ୍ରଜରାଜନଗରରୁ ସମତାକ୍ରାନ୍ତି ଦଳର ପ୍ରାର୍ଥୀ ହରପ୍ରସାଦ ମେହେରଙ୍କ ସମ୍ପତ୍ତିର ମୂଲ୍ୟ ୩କୋଟି ଲେଖାଏଁ ବୋଲି ଦର୍ଶାଯାଇଛି ।

ରାଉରକେଲାର ବିଜେପି ପ୍ରାର୍ଥୀ ନିହାର ରାୟ, କଂଟାମାଳ ସ୍ବାଧୀନ ପ୍ରାର୍ଥୀ ଶେଷକୁମାର ମେହେର, ଦଶପଲ୍ଲା ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ବେହେରା ଭଟଲିର ବିଜେଡି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ, ଅତାବିରାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆ, ପାଟଣାଗଡ କଂଗ୍ରେସ ପ୍ରାର୍ଥୀରମେଶ କୁମାର ପୁରୋହୀତ, ତଳସରାର ସ୍ବାଧୀନ ପ୍ରାର୍ଥୀ ଶାନ୍ତି ପ୍ରକାଶ ସୋରେଙ୍ଗ, ବଣେଇର ସ୍ବାଧୀନ ପ୍ରାର୍ଥୀ ଗୋପୀନାଥ କିଶାନ, ପଦମପୁରର କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ, କଂଟାବାଞ୍ଜିର ବିଜେଡି ପ୍ରାର୍ଥୀ ଅଜୟ କୁମାର ଦାଶ, ସାନଖେମୁଣ୍ଡି କଂଗ୍ରେସ ପ୍ରାର୍ଥୀ ରମେଶ ଜେନା, ଟିଟିଲାଗଡ ବିଜେପି ପ୍ରାର୍ଥୀ ଅଶୋକ ଦୋରା, ସୋରଡା କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି, ସୋରଡାର ବିଜେପି ପ୍ରାର୍ଥୀ ନୀଳମଣି ବିଶୋଇ, ରାଜଗାଙ୍ଗପୁର ବିଜେଡି ପ୍ରାର୍ଥୀ ମଙ୍ଗଳା କିଶାନ, ରାଜଗାଙ୍ଗପୁରର ସ୍ବାଧୀନ ପ୍ରାର୍ଥୀ ଲସିପ୍ରିୟାନ ୱିଲିୟମ କିରୋ, କବିସୂର୍ଯ୍ୟନଗରରୁ ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ, ରଘୁନାଥପାଲ୍ଲି ବିଜେପି ପ୍ରାର୍ଥୀଜଗବନ୍ଧୁ ବେହେରାଙ୍କ ସମ୍ପତ୍ତିର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ।

 ବଣେଇ ବିଜେପି ପ୍ରାର୍ଥୀ ଅନୀଲ କୁମାର ବାର୍ଲାରଘୁନାଥପାଲି ଏଏପିର ପ୍ରାର୍ଥୀ ଅଂଜଳି ବାଙ୍କ୍ରା, ଭଂଜନଗରର କଂଗ୍ରେସ ପ୍ରାର୍ଥୀ ସଂଜୟ କୁମାର ତ୍ରିପାଠୀ, ପଦମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହୀତ,ବିଜେପୁର କଂଗ୍ରେସ ପ୍ରାର୍ଥୀ ରୀପୁନାଥ ସେଠ, ଆସିକା ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତି, ପଦମପୁରର ସ୍ବାଧୀନ ପ୍ରାର୍ଥୀ ରାଜୁ ଘିବେଲା, ଜି. ଉଦୟଗିରିର ସ୍ବାଧୀନ ପ୍ରାର୍ଥୀ ଜାକବ ପ୍ରଧାନ, ରାଜଗାଙ୍ଗପୁର ସ୍ବାଧୀନ ପ୍ରାର୍ଥୀସୁଶାଲ କୁମାର ଲାକ୍ରା,ଅତାବିରାର ପଶ୍ଚିମାଞ୍ଚଳ ବିକାଶ ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣକୁମାର ଭୋଇ, ସୋରଡା ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଖଲ୍ଲିକୋଟ ବିଜେପି ପ୍ରାର୍ଥୀ ଭାରତୀ ବେହେରା, ଲୋଇସିଂହା ବିଜେପି ପ୍ରାର୍ଥୀ ମୁକେଶ ମହାଲିଂଗ, ରାଜଗାଙ୍ଗପୁରର ସ୍ବାଧୀନ ପ୍ରାର୍ଥୀ ଗ୍ରେଗରୀ ମିଂଜ, ବୌଦ୍ଧର ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତଙ୍କ ସମ୍ପତ୍ତିର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ।

128 Views

   ସମ୍ବନ୍ଧିତ ଖବର