ବିଜେଡିର ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି: କିଏ ଓ କେଉଁ ଦାୟିତ୍ବରେ ଜାଣନ୍ତୁ

Published By : Prameya-News7 Bureau | December 25, 2020 IST

ଭୁବନେଶ୍ୱର୨୫/୧୨: ଶାସକ ବିଜେଡିର ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି ହୋଇଛି। ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ବ ଦିଆଯାଇଥିବା ବେଳେ ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ମୁଖପାତ୍ର ଭାବେ ୬ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ୬ ଜଣ ହେଲେ ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଶର୍ମିଷ୍ଠା ସେଠୀ।

{"id":382542,"sizeSlug":"large","linkDestination":"none"}

ସେହିପରି ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗୀନ ଛୁରିଆ, ଲେନିନ ମହାନ୍ତି, ବ୍ୟୋମକେଶ ରାୟ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟୀ ସାହୁ, ହରିଶ ଚୌଧୁରୀ, ସୁଲତା ଦେଓ, ରାସେଶ୍ବରୀ ପାଣିଗ୍ରାହୀ, ସଞ୍ଜୟ ବାବୁ, ଏଲିନା ଦାଶ ପ୍ରମୁଖ ଆଦି ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ବ ଦିଆଯାଇଛି।

{"id":382544,"sizeSlug":"large","linkDestination":"none"}

ସେହିପରି ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇସ୍ପତା ସାହୁ, ଜ୍ୟୋସ୍ନାମୟୀ ପରିଡା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତା ମଲ୍ଲିକ, ଛବି ମହାଳି, ମୀନାଖି ମିଶ୍ର ଏବଂ ସ୍ମୃତି ନନ୍ଦଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ବ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.