ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ସମ୍ପତ୍ତି ତାଲିକା ଜାରି : ଘରୁ ମିଳିଛି ୪୧.୭୭ଲକ୍ଷ ଟଙ୍କା, ବିଭିନ୍ନ ସ୍ଥାନରେ ରହିଛି ଫ୍ଲାଟ୍ ଓ ପ୍ଲଟ୍

Published By : Prameya-News7 Bureau | November 26, 2021 IST

ଭୁବନେଶ୍ବର ୨୬।୧୧: ବାରିପଦା ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଚଢାଉ ପରେ ଭିଜିଲାନ୍ସ ପକ୍ଷରୁ ଜାରି ହେଲା ସନ୍ତୋଷ ଦାସଙ୍କ ସମ୍ପତ୍ତି ତାଲିକା । ବାଲେଶ୍ବରରେ ରହୁଥିବା ଘରୁ ନଗଦ ୨୮ ଲକ୍ଷ ୧୭ ହଜାର ୮୦୦ ଟଙ୍କା ଜବତ ହୋଇଛି । ପୂର୍ବରୁ ୧୩ ଲକ୍ଷ ୬ ହଜାର ଟଙ୍କା ଜବତ କରାଯାଇଥିଲା । ତେବେ ସନ୍ତୋଷଙ୍କ ଘରୁ ମୋଟ୍ ୪୧ .୭୭ ଲକ୍ଷ ଟଙ୍କା ଜବତ ହୋଇଛି ।

ସେହିଭଳି ୬୫୯ ଗ୍ରାମ୍ ସୁନା, ଭୁବନେଶ୍ବରର ବଡଗଡରେ ଗୋଟିଏ ୪ ମହଲା କୋଠା, ବାଲେଶ୍ବରରେ ଗୋଟିଏ ୪ ମହଲା କୋଠା, ଭୁବନେଶ୍ବରର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, ଭୁବନେଶ୍ବରର କଳିଙ୍ଗ ବିହାରରେ ନିର୍ମାଣାଧୀନ ବିଲ୍ଡିଂ, ବାଲେଶ୍ବରରେ ତିନୋଟି ପ୍ଲଟ୍, ଗୋଟିଏ ଚାରି ଚକିଆ ଏବଂ ୩ଟି ଦୁଇ ଚକିଆ ଯାନ ଜବତ କରାଯାଇଛି ।

ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସନ୍ତୋଷ ଦାସଙ୍କୁ ଭୁବନେଶ୍ବରର ବଡଗଡ ବ୍ରିଟ କଲୋନୀ ଘରକୁ ଅଣାଯାଇଛି ଯେଉଁଠାରେ ଆଜି ଆଉ ଏକ ସମ୍ପତ୍ତି ଖୋଜାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.