ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ଦେଶୀ ମଦ ଜବତ, ଜଣେ ଗିରଫ

Published By : Prameya-News7 Bureau | January 21, 2022 IST

ଖୋର୍ଦ୍ଧା, ୨୧/୦୧: ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ଦେଶୀ ମଦ ଜବତ କରାଯାଇଛି । ଏଥିସହିତ ଜଣେ ଗିରଫ ହୋଇଛି । ଖୋର୍ଦ୍ଧା ଅବକାରୀ  ବିଭାଗର  ମୋବାଇଲ  ୟୁନିଟର ଚଢାଉ କରି ଏହି ମଦକୁ ଜବତ କରିଛି ।  ନାଚୁଣୀ, ଛୋଟରାୟପୁର ଓ ବାଲୁଗାଁ ଅଞ୍ଚଳରେ ପୋଲିସ ଚଢ଼ାଉ କରିଥିଲା । ଏହି ସମୟରେ ମଦ ଜବତ କରିଥିଲା ପୋଲିସ୍‌ । ଅଭିଯୁକ୍ତ ନିକଟରୁ  ଗୋଟିଏ ବାଇକ୍, ଗୋଟିଏ 407  ଟ୍ରକ ଅବକାରୀ ବିଭାଗ ଜବତ କରିଥିବା ବେଳେ ୮୦୦ ପେଟି ମଦ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.