ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28/01/2021 at 11:50 AM

ଘଟଗାଁ ୨୮।୦୧: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଛୋଟରାୟପୁର ଗାଁର ଚଢାଉ । ଅବକାରୀ ବିଭାଗ ଓ ଘଟଗାଁ ପୋଲିସର ମିଳିତ ଭାବେ ଚଢାଉ କରିଛି । ଏହି ଚଢାଉରେ ବିପୁଳ ପରିମାଣର ମଦ, ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି ।

ଦିର୍ଘଦିନ ହେଲା ଏଠାରେ ବେଆଇନ ଭାବେ ଦେଶୀ ମଦ ଭାଟି ଚାଲିଥିଲା । ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଏନେଇ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ଆସିବା ପରେ ଅବକାରୀ ବିଭାଗ ଓ ଘଟଗାଁ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ ।
ଛୋଟରାୟପୁର ଗାଁରେ ଚଢାଉ କରି ପ୍ରାୟ ୪ହଜାର କେଜି ପୋଚ, ୨୦୦ଲିଟର ମଦ ଓ ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ କରିଛି । ତେବେ ଜବତ ହୋଇଥିବା ସମସ୍ତ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
Related Posts
ଟ୍ରାକ୍ଟର ମାଡିଯାଇ ଡ୍ରାଇଭରଙ୍କ ମୃତ୍ୟୁ
25 February 2021