ଭଦ୍ରକ ତିହିଡିରେ ବିଷାକ୍ତ ମଦର ବିଭୀଷିକା : ୭ ମୃତ, ୪୫ ଅସୁସ୍ଥ, କିଏ ବାଣ୍ଟିଥିଲା ମଦ ଚାଲିଛି ଖୋଳତାଡ ଏବଂ ଆରୋପ ପ୍ରତ୍ୟାରୋପ

Published By : Prameya-News7 Bureau | April 30, 2019 IST

wp:heading {"level":5}
ଭୁବନେଶ୍ବର୩୦|୪: ପୁଣି ମଦ ମାରିଲା ମଣିଷ । ଉଜାଡିଲା ସଂସାର । ଭଦ୍ରକ ତିହିଡିରେ ବଢିଚାଲିଛି ମଦ ମୃତ୍ୟୁ ସଂଖ୍ୟା । ସଂଧ୍ୟା ୫ ଟା ସୁଦ୍ଧା ଲିକର ଟ୍ରାଜେଡିରେ ୭ ଜଣଙ୍କ ଜୀବନ ଗଲାଣି । ମୃତକ ଦୌଲତପୁରର ରାମଚନ୍ଦ୍ର ପଢିଆରୀ, ସାଧୁଚରଣ ନାୟକ, ସର୍ବେଶ୍ବର ଦାସ, ଶଙ୍କର୍ଷଣ ପରିଡା ଓ ଯଶୀପୁାର ଗାଁର ମନୋଜ ମହାନ୍ତି, କୃଷ୍ଣ ଚନ୍ଦ୍ର ନାୟକ, ବାଇଧର ନାୟକ । ସୋମବାର ରାତିରେ ୩ ଜଣଙ୍କ ଜୀବନ ଯାଇଥିଲା । ମଙ୍ଗଳବାର ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି । ଅସୁସ୍ଥଙ୍କ ସଂଖ୍ୟା ୪୫ କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
/wp:heading {"id":109165}

ତେବେ କିଏ ଏହାର କାର୍ପଟ୍ଟଦାର ?  କିଏ କାହିଁକି ଲୋକଙ୍କୁ ମଦ ବାଣ୍ଟିଥିଲା ?  ନିର୍ବାଚନ ବେଳେ ମଦ ଦୋକାନ ସିଲ୍ ଥିବା ବେଳେ ଏତେ ପରିମାଣର ମଦ ଆସିଲା କେଉଁଠୁ ?  କୁହାଯାଉଛି ଭୋଟ ପାଇଁ ବଣ୍ଟାଯାଇଥିଲା ମଦ । ସୋମବାର ରାତିରେ ଦୌଲତପୁର ଗାଁରେ ମଦ ପିଇ ତିନି ଜଣ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ପରେ ଅସୁସ୍ଥଙ୍କ ସଂଧ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିଲା ।

{"id":109166}

ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶହ ଶହ ସଂଖ୍ୟାରେ ଲୋକ ତିହିଡି-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ । ଚାନ୍ଦବାଲିର ଭାଜପା ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଘଟଣା ପାଇଁ ସ୍ଥାନୀୟ ବିଧାୟକଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ବିଷାକ୍ତ ମଦ ଦେଇ ଲୋକଙ୍କୁ ମରାଯାଇଥିବା ଅଭିଯୋଗ କରି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ବିଜେଡି ନେତା କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ।

{"id":109167}

ଜିଲ୍ଳାପାଳ ହସ୍ପିଟାଲରେ ଅସୁସ୍ଥଙ୍କୁ ଭେଟିବା ସହ ଅବକାରୀ କମିଶନରଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି । ଅବକାରୀ ଡେପୁଟି କମିଶନର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଅବକାରୀ ସଚିବ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ରାଜସ୍ବ, ସ୍ବାସ୍ଥ୍ୟ ଓ ପୋଲିସ- ୩ ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ କରିବେ। ନିର୍ବାଚନ ଦିନ ମଦମୃତ୍ୟୁ ଘଟଣା ଘଟିଥିବାରୁ ଏହାକୁ ଗୁରୁତ୍ବର ସହ ନିଆଯାଇଥିବା ଅକବାରୀ ସଚିବ କହିଛନ୍ତି ।

{"id":109168}

ପୂର୍ବରୁ ରାଜ୍ୟରେ ଅନେକ ଥର ବିଷାକ୍ତ ମଦ ମଣିଷ ମାରିଛି । ଅନେକ ସଂସାର ଉଜାଡିଛି। ତଦନ୍ତ ପାଇଁ କମିଶନ ବସିଛି । ହେଲେ କାହା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହା କାହାରିକୁ ଜଣାନାହିଁ । ଏଥର ଭୋଟ ମଦ ସଂସାର ଉଜାଡ଼ିବା ଅଭିଯୋଗ ନିହାତି ସାଂଘାତିକ।

{"id":109169}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.