ବିପୁଳ ପରିମାଣର ମଦ ଚୋରୀ, ଦୋକାନ ଆଗରେ ଫସିଗଲା ଗାଡି
3/08/2020 at 11:24 AM

ଭୁବନ ୩।୮: ବିଦେଶୀ ମଦ ଦୋକାନରୁ ଚୋରୀ ଅଭିଯୋଗ ହୋଇଛି । ମଦ ଦୋକାନ ସମ୍ମୁଖ ନାଳରେ ଫସିଗଲା ଇଣ୍ଡିଗୋ ଗାଡି । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ ୨ରେ ଥିବା ପ୍ରତାପ ଚନ୍ଦ୍ର ରାଉତଙ୍କ ବିଦେଶୀ ଠିପି ବନ୍ଦ ମଦ ଦୋକାନରୁ ସଟର ଭାଙ୍ଗି ମଦ ଚୋରୀ । କରୋନା ମହାମାରୀ ପାଇଁ ଦୁଇ ଦିନିଆ ଭୁବନ ସଟଡାଉନ ଥିବାବେଳେ ଏହାର ସୁଯୋଗ ନେଇ ଚୋରମାନଙ୍କର ପ୍ରାଦୁର୍ଭାବ ବଢିଚାଲିଛି ।

ରବିବାର ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଜଳ ପରିଷଦ ଓ୍ବାର୍ଡ ନଂ ୨ରେ ଥିବା ପ୍ରତାପ ଚନ୍ଦ୍ର ରାଉତଙ୍କ ମଦ ଦୋକାନରୁ ମଦ, ଟଙ୍କା, ଲ୍ୟାପଟପ ଚୋରୀ ହୋଇଥିଲା । ଏହି ଚୋରୀ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଇଣ୍ଡିଗୋ ଗାଡିଟି ମଦ ଦୋକାନ ସମ୍ମୁଖରେ ଥିବା ନାଳରେ ଫସି ଯାଇଥିଲା । ଯାହାଫଳରେ ଚୋରମାନେ ଗାଡି, ମଦ ଘଟଣାସ୍ଥଳରେ ଛାଡି ଚାଲିଯାଇଥିଲେ । ସୋମବାର ସକାଳେ ମଦ ଦୋକାନର କର୍ମଚାରୀ ହୃଷୀକେଶ ଦାଶ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଭୁବନ ଥାନାକୁ ଖବର କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚିଛି ତଦନ୍ତ ଚଳାଇଛି ।