ବିପୁଳ ପରିମାଣର ବିଦେଶୀ ମଦ ଜବତ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 27, 2021 IST

ଭୁବନେଶ୍ବର ୨୭।୯: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଏକ ଘର ଉପରେ ଚଢ଼ାଉ କରି ଏହି ମଦ ଜବତ କରିଛି ବାଲିଅନ୍ତା ଥାନା ପୋଲିସ । ଚୋରା ମଦ ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୟୁପିର ମୂଲାୟମ ଯାଦବ, ରାମ କୁମାର ଯାଦବ ଓ ବାଲିଅନ୍ତାର ସଞ୍ଜୟ ଭୋଇ । ସମସ୍ତ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.