ଦେଶୀ ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗର ଚଢାଉ, ୫ ଗିରଫ

Published By : Prameya-News7 Bureau | July 16, 2021 IST

ଭୋଗରାଇ ୧୬/୦୭: ଜଳେଶ୍ୱର ଅବକାରୀ ଓ ଭୋଗରାଇ ଅବକାରୀଙ୍କ ମିଳିତ ଚଢାଉ । ୧୦ ଜଣିଆ ଟିମ ମିଳିତ ଭାବେ ଚଡାଉ କରି ଦେଶୀ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ କରିଛନ୍ତି । ବିପୁଳ ପରିମାଣର ବିଦେଶୀ ମଦ ସହିତ ମହୁଲି ପୋଚ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଭୋଗରାଇ ବ୍ଲକର ଭୋଗରାଇ ଥାନା ଅନ୍ତର୍ଗତ ଦେଉଳା, ସହରିଆ, ଉଦୟପୁର ପ୍ରଭୃତି ଗ୍ରାମ ରେ ଏ ଚୋରା ବିଦେଶୀ ମଦ ଦୋକାନ ଦୀର୍ଘ ଦିନ ଧରି ଚାଲି ଆସୁଥିଲା ।

ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁପଳ ମିଳିନଥିଲା । ଆଜି ଅବକାରୀ ବିଭାଗର ଚଡାଉ କରି ୫ଜଣଂକୁ ଗିରଫ କରାଯାଇଛି । ଏହି ଚଡାଉ ଜଳେଶ୍ୱର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଅବକାରୀ ଓଆଇସି ଜୟନ୍ତୀ ଆଚାର୍ଯ୍ୟ ,କନେଷ୍ଟେବଳ ବାବାଜୀ ପଣ୍ଡିତ, ରାମଚନ୍ଦ୍ର ମହାନ୍ତି, ରାଜୀବ କୁମାର ଭଞ୍ଜ, ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.