Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି : ଚଢାଉ କରି ନଷ୍ଟ କଲା ପୋଲିସ

4/03/2021 at 11:36 AM

ସାନଖେମୁଣ୍ଡି ୪।୩: ଅବକାରୀ ଆଇନ ସୁଧାର ପ୍ରସ୍ତାବ ବିଧାନସଭାରେ ଉଠିଥିବା ବେଳେ ବୁଧବାର ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ବେଆଇନ ମଦ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ପାଟପୁର ଥାନାରୁ ମାତ୍ର ୧ କି.ମି. ଦୂର ପଳାସପୁରଠାରେ ବହୁତ ଦିନ ଧରି ଚାଲିଥିବା ବେଆଇନ ବିଦେଶୀ ମଦ ଦୋକାନରେ ଚଢ଼ାଉ କରି ମଦ ଜବତ କରାଯିବ ପରେ ତାହାକୁ ନଷ୍ଟ କରାଯାଇଛି ।

ଚଢ଼ାଉ ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ, ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ରାଜସ୍ବ ନିରୀକ୍ଷକ, ଦିଗପହଣ୍ଡି ଅବକାରୀ ଏସଆଇ ଅଭିରାମ ସାହୁ, ପାଟପୁର ଥାନା ଏଏସଅଇ ଅର୍ଜୁନ ଶବର, ଶିବରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଜବତ ମଦ ନଷ୍ଟ କରିଥିଲେ । ବିଦେଶୀ ମଦ ୩୬୫ ଲିଟର ୭୭୭ଟି ବୋତଲ ନଷ୍ଟ କରି ଭାଙ୍ଗି ଦିଆଯାଇଛି । ଖବର ଲେଖା ହେବା ବେଳକୁ ପାଟପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ କି କାହାକୁ ଗିରଫ କରାଯାଇନଥିବା ଜଣାପଡିଛି ।

ତେବେ ପ୍ରଶ୍ନ ଉଠୁଛି ବହୁ ଦିନ ଧରି ଚାଲିଥିବା ଏହି ବେଆଇନ ମଦ ଦୋକାନ ବିକ୍ରି ହେଉଥିବା ବେଳେ ପୋଲିସ ଅବକାରୀ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ? ପୂର୍ବରୁ ବେଆଇନ ମଦ ବିକ୍ରି ଖବର ନ ଥିଲା କି ? ଅନ୍ୟପଟେ ତହସିଲଦାର କହିଛନ୍ତି ଯେ, ସେହି ବ୍ୟକ୍ତି ଜଣଙ୍କ କେଉଁଠୁ ମଦ ଆଣି ବିକ୍ରି କରୁଥିଲେ ତାହାର ତଦନ୍ତ ପରେ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

   Related Posts