Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ବନ୍ଦ ଘରୁ ବିପୁଳ ପରିମାଣର ମଦ ଜବତ , ଚୋରା କାରବାର ନେଇ ୨ ଗିରଫ

5/08/2020 at 3:23 PM

ଗୁଣୁପୁର ୦୫।୦୮: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ । ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଠାରେ ଏକ ବନ୍ଦ ଦୋକାନରୁ ମଦ ଜବତ ହୋଇଛି । ବେଆଇନ୍ ଭାବେ ରହିଥିବା ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ୍।  ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ମଦ କାରବାରରେ ବ୍ୟବହୃତ ବାଇକ୍‌କୁ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କରୋନା କାଳରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ କରାଯାଇଛି । ତେବେ ଚାରିଆଡେ କଟକଣା ଚାଲିଥିବା ବେଳେ ଏହାର ଫାଇଦା ଉଠାଇ ବିଦେଶୀ ମଦ ଚଢା ଦାମ୍‌ରେ ବେପାର କରାଯାଉଛି । ତେବେ ପୋଲିସ ବିଭିନ୍ନ ସୁତ୍ରରୁ ଖବର ପାଇ ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଠାରେ ଚଢାଉ କରିଥିଲା । ପୋଲିସର ଚଢାଉ ସମୟରେ ଏକ ବନ୍ଦ ଦୋକାନା ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି ।

ଚୋରା କରାବାରରେ ବ୍ୟବହୃତ ବାଇକ ଓ ଦୁଇଟି ମୋବାଇଲ୍ ଫୋନକୁ ଜବତ କରିଛି ପୋଲିସ୍।  ତେବେ ଜବତ ହୋଇଥିବା ବିଦେଶୀ ମଦର ପରିମାଣ ୨୯୧ ଲିଟର ରହିଥିବା ଜଣାପଡିଛି। ୩୨ଟି ପେଟି ଭର୍ତ୍ତି ହୋଇଥିବା ମଦ ବୋତଲ ଜବତ କରିଛି ପୋଲିସ୍।  ଯାହାର ମୁଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଅନୁମାନ କରାଯାଉଛି।  ଚୋରା ମଦ କାରବାରର ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । କରୋନା କାଳରେ ଚଢା ରେଟ୍‌ରେ ମଦ ବିକ୍ରି କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ଏନେଇ ପୋଲିସ୍ ଏସଡିପିଓ ରାଜ୍ କିଶୋର ଦାସ ସୁଚନା ଦେଇଛନ୍ତି ।

   Related Posts