ଗୋଡାଇ ଗୋଡାଇ ମଦ ଗାଡିକୁ ଧରିଲା ପୋଲିସ, ଖସିଗଲେ ବେପାରୀ ଓ ଡ୍ରାଇଭର

Published By : Prameya-News7 Bureau | October 14, 2021 IST

ଢେଙ୍କାନାଳ ୧୪।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଆମ୍ବପଳାସ ଅଞ୍ଚଳରୁ କଟକ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ଏକ ଦେଶୀ ମଦ ବୋଝେଇ ପିକଅପ୍ ଭ୍ୟାନକୁ ପୋଲିସ ଜବତ କରିଛି । ଏନଏଚ-୫୫ର ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ପୋଲିସ ଏହି ମଦ ବୋଝେଇ ଗାଡିକୁ କାବୁ କରିଛି । ମଦ ନେଇ ଯାଉଥିବା ବେପାରୀ ଓ ଗାଡି ଡ୍ରାଇଭର ଖସି ପଳାଇଥିବା ଜଣାପଡିଛି ।

{"id":526957,"width":755,"height":415,"sizeSlug":"full","linkDestination":"none"}

ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୋଲିସ କାମାକ୍ଷାନଗର ଅଞ୍ଚଳରୁ ଏକ ପିକଅପ୍ ଭ୍ୟାନ୍ ଗାଡିକୁ ପିଛା କରି ଗୋଡାଇଥିଲା । ତେବେ ଗାଡିଟି ଗୋବିନ୍ଦପୁର ଅଞ୍ଚଳର ଏକ ଢାବା ପାଖରେ ଟାୟାର ପମ୍ପଚର ହେବାରୁ ଆଉ ଯାଇ ପାରିନଥିଲା । ଫଳରେ ପୋଲିସ କାବୁ କରି ଗାଡି ସହ ଦେଶୀ ମଦ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.