ଭଦ୍ରକ ୬।୩: ଭଦ୍ରକରେ ଅବକାରୀ ବିଭାଗର ଚେକିଂ ବେଳେ ଧରାପଡିଲା ଦେଶୀ ମଦ । ପିକଅପ୍ ଭ୍ୟାନକୁ ଅଟକାଇବା ବେଳେ ଗାଡିଟି ଗାଁ ଭିତରକୁ ପସିଯାଇଥିଲା । ଗୋଡାଇ ଗୋଡାଇ ଗାଡିକୁ ଧରିଲେ ଅବକାରୀ ବିଭାଗ ଟିମ୍ । କିନ୍ତୁ ୩ ଅଭିଯୁକ୍ତ ଦୌଡ଼ି ପଳାଇଥିବା ଜଣାପଡିଛି । ଗାଡିରୁ ପ୍ରାୟ ୨ ଲକ୍ଷ ଟଙ୍କାର ୮୫୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି ।
{"id":418758,"sizeSlug":"large","linkDestination":"none"}ସୂଚନାଯୋଗ୍ୟ ଯେ, ଭଦ୍ରକ ଅବକାରୀ ବିଭାଗ ତରଫରୁ ନିୟମିତ ଚେକିଂ ସମୟରେ ଏକ ପିକଅପକୁ ସନ୍ଦେହ କରି ଅଟକାଇଥିଲେ ଅବକାରୀ କର୍ମଚାରୀ । ପିକଅପଟି ନ ଅଟକି ଭଦ୍ରକ ଗ୍ରାମଞ୍ଚଳ ଥାନା ତୋଡଙ୍ଗା ଗାଁ ଭିତରକୁ ପସିଯାଇଥିଲା । ଅବକାରୀ କର୍ମଚାରୀମାନେ ଗାଡିକୁ ଗୋଡାଉଥିବା ଦେଖି ଗାଡିରେ ଥିବା ଲୋକେ ଦୌଡିଥିଲେ । ୩ ଜଣ ଖସିଯିବା ପାଇଁ ସକ୍ଷମ ହୋଇଥିବା ବେଳେ ବିବେକାନନ୍ଦ ଜେନା ନାମକ ଜଣେ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଛି । ତେବେ ପିକଅପକୁ ଯାଞ୍ଚ କରିବା ସମୟରେ ଗାଡିରୁ ୮୫୦ ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।