ଚାନ୍ଦବାଲିରେ ୩ ପେଟି ଚୋରା ମଦ ଜବଦ କଲେ ମହିଳା
19/02/2019 at 8:50 AM

ଚାନ୍ଦବାଲି ୧୯/୨ : ଚାନ୍ଦବାଲି ବ୍ଲକ ଚଡ଼ଦିଆ ପଂଚାୟତରେ ବେଆଇନ ଭାବେ ଚୋରା ମଦ କାରବାର କରୁଥିବା ୨ ବେପାରୀଙ୍କ ଠାରୁ ୩ ପେଟି ମଦ ମହିଳାମାନେ ଜବଦ କରିଥିବାବେଳେ ମଦ ପେଟିକୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ଗାଁରେ ସରସ୍ବତୀଙ୍କ ଭଷାଣୀ ଚାଲୁଥିବା ସମୟରେ ଚୋର ମଦକୁ ୨ ଅଭିଯୁକ୍ତ ବାଇକରେ ନେଇ ଯାଉଥିଲେ | ଏହି ସମୟରେ ମହିଳାମାନେ ଅଭିଯୁକ୍ତମାନଙ୍କୁ ଘେରିଯାଇଥିଲେ | ଫଳରେ ମଦ ପେଟିଗୁଡ଼କୁ ଛାଡ଼ି ବାଇକରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ଏହି ଘଟଣାରେ ମହିଳାମାନେ ଥାନାକୁ ଖବର ନଦେଇ ମଦପେଟି ଗୁଡ଼କୁ ସରପଂଚ ଉପସ୍ଥିତିରେ ବାଢ଼େଇ ଭାଙ୍ଗି ଦେଇଥିଲେ । ଗୋଟିଏ ମାସ ମଧ୍ୟରେ ସପୃକ୍ତ ପଂଚାୟତରେ ୩ ଥର ମହିଳାମାନେ ଚୋର ମଦ ବେପାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିବାବେଳେ ଏଥର ଅଭିଯୁକ୍ତମାନେ ଖସି ଯାଇଛନ୍ତି । ସବୁପରେ ପୋଲିସର ମଦ ବେପରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ମହିଳାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।