ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମଦ ଜବତ ଓ ୪ ଗିରଫ

Published By : Prameya-News7 Bureau | July 23, 2021 IST

ବାଲିପାଟଣା ୨୩/୦୭: ରାଜଧାନୀ ଉପକଣ୍ଠରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ମଦ ଜବତ । ଚୋରା ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବାଲିପାଟଣା ଥାନା ରାଜସ୍ୱ ଗ୍ରାମର ରବୀନ୍ଦ୍ର ମଲ୍ଲୀକ, ବନମାଳିପୁରର ନରେନ୍ଦ୍ର ସାହୁ, ବାଲିଅନ୍ତାର ବିନି ଭୋଇ , ସହିଦନଗର ଭୋଇ ସାହିର ଅଶୋକ ପ୍ରଧାନ ଚୋରା ମଦ କାରବାର କରୁଥିବା ସୂଚନା ପାଇଥିଲା ଅବକାରୀ ବିଭାଗ । ଏମାନଙ୍କ ଉପରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛନ୍ତି ଅବକାରୀ କର୍ମଚାରୀ । ଏମାନଙ୍କ ନିକଟରୁ ୧୨୩ ବୋତଲ ଦେଶୀ ଏବଂ ବିିଦେଶୀ ମଦ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.