ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୨ ଗିରଫ
5/12/2019 at 12:38 PM

ପାଟଣା ୦୫।୧୨: ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରି ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଅବକରୀ ବିଭାଗ ବିପୁଳ ପରିମାଣର ମହୁଲି ମଦ ଜବତ ସହ ମଦ ପାଇଁ ପ୍ରସ୍ତୁତ ଥିବା ପୋଚ, ମଦ ରନ୍ଧା ସରଞ୍ଜାମ ନଷ୍ଟ କରାଯାଇଛି। ଏଥି ସହିତ ଖିରେଇଟାଙ୍ଗିରି ଗ୍ରାମର ଦୁର୍ଯ୍ୟୋଧନ ମଣ୍ଡଳ ଠାରୁ ୩୬ ବୋତଲ ବିଦେଶୀ ମଦ ଜବତ କରିଛି । କଣ୍ଟିଆପଡା ଗ୍ରାମର ହେମନ୍ତ ବେହେରା ଙ୍କ ଠାରୁ ବିପୁଳ ପରିମାଣର ମହୁଲି ମଦ ଜବତ କରିଛି । ଅବକାରୀ ବିଭାଗ ଉଭୟ ଙ୍କୁ ଗିରଫ କରିଛି ।ପୂର୍ବରୁ ଏହି ଅଞ୍ଚଳରେ ବିପୁଳ ପରିମାଣର ମଦ କାରବାର ହେବାର ଅଭିଯୋଗ ଥିଲା, ଏନେଇ ଅବକାରୀ ବିଭାଗ ଆଜି ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି ।
Related Posts
ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଛି !
25 January 2021
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021