ଅବକାରୀ ବିଭାଗ ଦ୍ବାରା ୬୮ ଲିଟର ମଦ ଜବତ, ୩ ଗିରଫ
23/10/2019 at 5:25 PM

ନବରଙ୍ଗପୁର ୨୩|୧୦: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରଯାଇଛି। ୬୮ ଲିଟର ମଦ ଜବତ, ପୋଚ ସହ ତିନି ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ଅବକାରୀ ବିଭାଗ । ଗିରଫ ହୋଇଥିବା ତିନି ଜଣ ବ୍ୟକ୍ତି ହେଲେ ନେଙ୍ଗାନାଲ ଗାଁର ରୂପଧର ବିଶୋୟୀ, ଦସା ବିଶୋୟୀ ଏବଂ କୁସୁମପାଲି ଗାଁର ବନମାଳୀ ଚଲାଣ । ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଠନ କରାଯାଇ ଅବକାରୀ ଇନ୍ସପେକ୍ଟର ବିପ୍ର ଚରଣ ମଣ୍ଡଳ, ଏଏସଆଇ ଜଗବନ୍ଧୁ ଯାନୀ, ସଦାଶିବ ଭତରା, ଉମେଶ ହରିଜନ ଓ ରିସମା ସୁନା ସାମିଲ ଥିଲେ । ୫ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।