Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ନକଲି ମଦ ଜବତ, ୪ ଗିରଫ

11/05/2019 at 9:44 AM

ସୋର ୧୧|୫: ସୋର ଓ ସିମୁଳିଆ ଥାନାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ସହିତ ବିଦେଶୀ ନକଲି ମଦ ଜବତ ହୋଇଛି । ବାଲେଶ୍ବର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ବର ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ବାଲେଶ୍ବର ମୋବାଇଲ ସ୍କ୍ବାର୍ଡ, ନୀଳଗିରି ଅବକାରୀ ଅଧିକାରୀ, ସୋର ଅବକାରୀ ଅଧିକାରୀ କୁଳମଣି ମହାରଣାଙ୍କ ନେତୃତ୍ବରେ ସୋର ଓ ସିମୁଳିଆ ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବିପୁଳ ମାତ୍ରାରେ ଦେଶୀ ମଦ ସହିତ ବିଦେଶୀ ନକଲି ମଦ ଜବତ କରିଛି । ସୋର ଥାନା ଅଧିନ ଢିପାସାହିର ହୀରା ମଣ୍ଡଳଙ୍କଠାରୁ ୧୦ଲିଟର ଦେଶୀ ମଦ, ଇଶ୍ବରପୁର ମଦନ ମଣ୍ଡଳଙ୍କଠାରୁ ୧୮ଲିଟର ଦେଶୀ ମଦ, ସିମୁଳିଆ ଥାନା ବରଦା ଗ୍ରାମର ଜଗନ୍ନାଥ ପାଢିଙ୍କଠାରୁ ୩୦ଲିଟର ନକଲି ବିଦେଶୀ ମଦ ସହିତ ବାଇକ୍ ଓ ତାର ବାପା ରବୀନ୍ଦ୍ର ପାଢିଙ୍କଠାରୁ ୨୩ଲିଟର ନକଲି ବିଦେଶୀ ମଦ ଜବତ କରି କୋର୍ଟ ଚାଲାଣ କରିଛି ପୋଲିସ ।

   Related Posts