Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ, ସକାଳ ୭ଟାରୁ ରାତି ୯ଟା ଯାଏଁ ପ୍ରବେଶ ଅନୁମତି
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

୩ ମଦ ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ, ପାଉଚ ମଦ ଢାଳି ପୋଲିସର ଜିମା ଦେଲେ

19/04/2021 at 10:25 AM

ନୀଳଗିରି ୧୯।୪: ଚୋରା ମଦ ବେପାରୀକୁ କାବୁ କଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ କବୀରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ଲୋକେ ଚୋରା ଦେଶୀ ମଦ ବେପାରୀକୁ କାବୁକରି ପୋଲିସର ଜିମା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଔପଦା ଅଞ୍ଚଳରୁ ୬ ଜଣ ଚୋରା ଦେଶୀ ମଦ ବେପାରୀ ଦୁଇଟି ବାଇକ୍ ଯୋଗେ ଶହେ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ନେଇ ଖଇରା ଅଞ୍ଚଳକୁ ଆସୁଥିଲେ। ଏହି ସମୟରେ କବୀରପୁର ଗ୍ରାମର ଗ୍ରାମବାସୀମାନେ ମଦ ବେପାରୀଙ୍କୁ କାବୁକରି ମଦ ପାଉଚକୁ ଢାଳିଦେଇଥିଲେ। ପରେ ମଦ ବେପାରୀମାନେ ଗ୍ରାମବାସୀଙ୍କୁ ଆକ୍ରମଣ କରି ଦୌଡି ପଳାଇ ଯାଇଥିଲେ। ୩ ଜଣ ବେପାରୀ ଖସି ପଳାଇଥିବାବେଳେ ଅନ୍ୟ ୩ ଜଣ ବେପାରୀଙ୍କୁ ଗ୍ରାମବାସୀମାନେ କାବୁ କରି ଖଇରା ପୋଲିସକୁ ଖବର ଦେଇଥିଲେ। ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ  ଗ୍ରାମବାସୀମାନେ ପୋଲିସ ଗାଡି ଅଟକାଇ ରାସ୍ତାରୋକ କରିବା ସହ ଗାଁକୁ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିବା ପାଇଁ ଦାବି କରିଥିଲେ। ପରେ ୨ ଦିନ ଭିତରେ ସମସ୍ତ ମଦ ବେପାରୀଙ୍କୁ ଧରିବା ପାଇଁ ପୋଲିସ ପ୍ରତିଶ୍ରୁତି ଦେବାପରେ ପୋଲିସ ଗାଡିକୁ ଗ୍ରାମବାସୀମାନେ ଛାଡିଥିଲେ। ପୋଲିସ ୨ଟି ବାଇକ୍ ଏବଂ ଦେଶୀ ମଦ ପାଉଚ ଜବତ କରିବା ସହିତ ୩ ଜଣ ମଦ ବେପାରୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

   Related Posts