ମଦ ଜବତ ବେଳେ ପୋଲିସକୁ ଆକ୍ରମଣ : ୨ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ବିଦେଶୀ ମଦ ଜବତ

Published By : Prameya-News7 Bureau | October 13, 2020 IST

ଜଳେଶ୍ବର ୧୩।୧୦: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ନିକଟ ସୋଲପଟା ଅଞ୍ଚଳକୁ ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ବସ୍ତା ପୋଲିସ । ଚଢାଉ ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି ।

{"id":343695,"sizeSlug":"large"}

ଉପନିର୍ବାଚନ ପାଇଁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ପୋଲିସ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ସୋଲପଟା ଅଞ୍ଚଳରେ ଚଢାଉ କରାଯାଇଥିଲା । ମଦବେପାରୀଙ୍କ ଉପରେ ଚଢ଼ାଉ କରିଥିବା ବେଳେ, ବେପାରୀ ଜଣକ କିଛି ମଦୁଆଙ୍କୁ ନେଇ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏଥିରେ ଦୁଇଜଣ କନେଷ୍ଟବଳ ଆହତ ହୋଇଛନ୍ତି ।

{"id":343696,"sizeSlug":"large"}

ପୋଲିସ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ୧୦୦ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହେନ୍ଦ୍ର ମହାନ୍ତଙ୍କ ଦୁଇ ପୁଅ ୨୫ ବର୍ଷ ବୟସ୍କ ମୋହନା ମହାନ୍ତ ଏବଂ ୩୭ ବର୍ଷ ବୟସ୍କ ମନୋରଞ୍ଜନ ମହାନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.