Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୭ଶହ ଲିଟର ଦେଶୀ ମଦ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ୨ ଗିରଫ

26/08/2020 at 3:23 PM

ଭଦ୍ରକ ୨୬।୮: ପିକ୍‌ଅପ୍ ଭ୍ୟାନ୍‌ରେ ଚୋରା ମଦ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ । ପିକ୍‌ଅପ୍ ଭ୍ୟାନ୍‌ରୁ ୭ ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଅଗରପଡା ବଜାରଠାରେ ଜଗି ରହିଥିଲେ । ଏହି ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଦେଶୀ ମଦ ବୋଝେଇ ହୋଇ ଆସୁଥିଲା । ଗାଡିଟି ଅଟକାଇ ଗାଡିରେ ଥିବା ୭ଶହ ଲିଟର ଦେଶୀ ମଦ ଜବତ କରିଛି । ଓଡି୨୨କେ୪୨୩୩ ନମ୍ବର ବିଶିଷ୍ଟ ପିକ୍‌ଅପ୍ ଭ୍ୟାନ୍‌ରେ ମଦ ବୋଝେଇ ହୋଇରହିଥିଲା । ଗାଡିରେ ଥିବା ଡ୍ରାଇଭର ଓ ସହଯୋଗୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ଟିମ୍ ସେମାନଙ୍କୁ ଧରିଥିଲା । ଗିରଫ ଦୁଇ ଜଣ ହେଲେ ସିମୁଳିଆ ଥାନା ଅଞ୍ଚଳର ତ୍ରିଲୋଚନ ସିଂ ଓ ମାର୍କୋଣା ଅଞ୍ଚଳର ହିତନଶୁ ପଣ୍ଡା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

   Related Posts