ଚୋରା ମଦ ବୋଝେଇ ପିକ୍‌ଅପ୍ ଜବତ, ଡ୍ରାଇଭର ଓ ବେପାରୀ ଫେରାର

Published By : Prameya-News7 Bureau | March 11, 2021 IST

ନୀଳଗିରି ୧୧।୩: ବାଲେଶ୍ଵର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ବର ରାସ୍ତା ମିରିଗିଣୀ ଅଞ୍ଚଳରୁ ଦେଶୀ ମଦ ବୋଝେଇ ପିକଅପ ଜବତ କଲା ନୀଳଗିରି ପୋଲିସ । ବିପୁଳ ପରିମାଣର ମଦ ଜବତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ବେପାରୀ ଫେରାର ହୋଇଯାଇଛନ୍ତି । ଗାଡିଟି ମୟୁରଭଞ୍ଜ ଜିଲ୍ଲାରୁ ସୋର ଆଡକୁ ଯାଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ନୀଳଗିରି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ମଦ ବୋଝେଇ ପିକଅପ ଜବତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.