Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ମଦ ରଖୁଥିବା ଲୋକଙ୍କ ପାଇଁ ନୂଆ ନିୟମ, ୬ ଲିଟରରୁ ଅଧିକ ରଖିଲେ ନେବାକୁ ହେବ ଲାଇସେନ୍ସ

25/01/2021 at 2:43 PM

ଲକ୍ଷ୍ନୌ ୨୫/୦୧ : ଯଦି ଆପଣ ଉତ୍ତର ପ୍ରଦେଶରେ ରହୁଛନ୍ତି ଓ ଘରେ ମଦ ବା ଆଲକହଲ ରଖୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଅବକାରୀ ବିଭାଗର ନୂଆ ନିୟମ ଅନୁସାରେ ଘରେ ଆଲକହଲ ରଖିବାକୁ ହେଲେ ଲାଇସେନ୍ସ ନେବା ଅନିବାର୍ଯ୍ୟ। ରାଜ୍ୟ ସରକାର କହିଛନ୍ତି ଆଲକହଲର ବ୍ୟକ୍ତିଗତ ବ୍ୟବହାର ପାଇଁ ହୋମ ଲାଇସେନ୍ସ ନେବାକୁ ପଡିବ। ଏହି ହୋମ ଲାଇସେନ୍ସ ଜିଲ୍ଲା ଅଧିକାରୀଙ୍କ ଠାରୁ ମିଳିବ। ଏହି ଲାଇସେନ୍ସକୁ ପ୍ରତି ବର୍ଷ ରିନ୍ୟୁ କରିବାକୁ ପଡିବ।

ଉତ୍ତର ପ୍ରଦେଶ ସରକାର ସୂଚନା ଦେଇଛନ୍ତି ଯେ ସର୍ବାଧିକ ୬ ଲିଟର ଆଲକହଲ କିଣିବା, ପରିବହନ ଓ ବ୍ୟକ୍ତିଗତ ଭାବେ ଘରେ ରଖିବା ପାଇଁ ଅନୁମତି ରହିଛି। ୬ ଲିଟରରୁ ଅଧିକ ମଦ ଘରେ ରଖିବାକୁ ହେଲେ ଅବକାରୀ ବିଭାଗ ଠାରୁ ଲାଇସେନ୍ସ ନେବାକୁ ପଡିବ।

୨୦୨୧-୨୨ ବର୍ଷ ପାଇଁ ଜାରି କରାଯାଇଥିବା ଅବକାରୀ ନୀତିରେ ରାଜ୍ୟ ସରକାର ଏହି ନୂତନ ବ୍ୟବସ୍ଥା କରିଛନ୍ତି। ଯଦି କେହି ଘରେ ବ୍ୟବହାର ପାଇଁ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ମଦ ରଖିବାକୁ ଚାହାଁନ୍ତି ତେବେ ତାଙ୍କୁ ଅବକାରୀ ବିଭାଗରୁ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ।

   Related Posts