ରିନ୍ୟୁଆଲ ହେବ ନାହିଁ ପୁରୁଣା ମଦ ଦୋକାନ ଲାଇସେନ୍ସ: ନୂଆ ଲାଇସେନ୍ସ ପାଇଁ ହେବ ଲଟେରୀ ଉଠାଣ

Published By : Prameya-News7 Bureau | February 27, 2021 IST

ଭୁବନେଶ୍ୱର ୨୭/୦୨ : ପୁରୁଣା ମଦ ଦୋକାନ ଲାଇସେନ୍ସ ଆଉ ରିନ୍ୟୁଆଲ ହେବ ନାହିଁ । ଲଟେରି ଜରିଆରେ ଆଉ ଥରେ ମଦ ଦୋକାନ ନୂଆ  ଲାଇସେନ୍ସ ଦେବେ ସରକାର । ଫଳରେ ବର୍ଷ ବର୍ଷ ଧରି ଲାଇସେନ୍ସ ନବିକରଣ ନାଁରେ ମଦ ଦୋକାନୀଙ୍କ ଆଉ ମନମାନି ଚଳିବ ନାହିଁ । ଏନେଇ ପ୍ରକ୍ରିୟା  ଆରମ୍ଭ କରିବାକୁ ଅବକାରୀ ସଚିବ ଅବକାରୀ କମିଶନଙ୍କୁ ଚିଠି ଲେଖିଛନ୍ତି ।

ଆଉ ରହିବନି ମଦ ଦୋକାନୀଙ୍କ ମନମାନି । ଲାଇସେନ୍ସ ନବୀକରଣ କରି ବର୍ଷ ବର୍ଷ ଧରି ଯେଉଁ ମାନେ ମଦ ଦୋକାନ ଚଳାଉଥିଲେ ତାହା ଆଉ ଚଳିବନି । ଚଳିତ ବର୍ଷରୁ ସେସବୁ ମଦ  ଦୋକାନୀଙ୍କୁ  ନୂଆ ଲାଇସେନ୍ସ ନେବାକୁ ପଡିବ । ଏଥିପାଇଁ ସେମାନେ ସାନି ଆବେଦନ କରିବେ ଓ ଲାଇସେନ୍ସ ପାଇଁ ଲଟେରୀରେ ଭାଗ ନେବେ । ଲଟେରୀ ନଉଠିଲେ ସେମାନଙ୍କ ବେପାର ବନ୍ଦ । ୨୦୦୫ ମସିହାରୁ ରାଜ୍ୟରେ ମଦ ଦୋକାନୀ ମାନେ ସେମାନଙ୍କର ଲାଇସେନ୍ସ ରିନ୍ୟୁ କରି ବେପାର ଚଳାଇ ଆସିଥିଲେ । ଏବେ ନୂଆ ନିୟମ ଅନୁଯାୟୀ ସେମାନଙ୍କୁ ମଦ ଦୋକାନ ଲାଗି ଆଉଥରେ ଆବେଦନ କରିବାକୁ ପଡିବ ।

{"id":415731,"sizeSlug":"large","linkDestination":"none"}

ମଦ ବ୍ୟବସାୟରେ ଅଧିକ ସ୍ବଛତା ଆଣିବା ସହ  ଏଥିରୁ ଅଧିକ ରାଜସ୍ବ ଆଦାୟ କରିବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ଅବକାରୀ ସଚିବ ଅବକାରୀ କମିଶନଙ୍କୁ ଚିଠି ଲେଖି ନୂଆ ନୀତି ଅନୁସାରେ ମଦ ଲାଇସେନ୍ସ ଦେବାକୁ ନିର୍ଦେଶ ଦେଇଛନ୍ତି । ନୂଆ ନୀତି ଅନୁଯାୟୀ ମାସିକ ଲାଇସେନ୍ସ ଫି ୨୦ ପ୍ରତିଶତ ବଢାଇବାକୁ କୁହାଯାଇଛି । ଏହା ସହ ବର୍ତ୍ତମାନ ଦର ଉପରେ ୫ ପ୍ରତିଶତ ବାର୍ଷିକ କୋଟା ବଢାଇବାକୁ ନିଷ୍ପତ୍ତି ହୋଇଛି । ନୂଆ ନିୟମ ଅନୁସାରେ ଯେଉଁମାନ ଲାଇସେନ୍ସ ପାଇବେ ସେମାନଙ୍କ ଲାଇସେନ୍ସ ୫ ବର୍ଷ ଯାଏ ବୈଧ ରହିବ । ନୂଆ ଲାଇସେନ୍ସ ପାଇଁ ଅବକାରୀ ପୋର୍ଟାଲରେ ଅନଲାଇନ ଆବେଦନ କରିବାକୁ କୁହାଯାଇଛି । ଆବେଦନକାରୀଙ୍କ ଉପସ୍ଥିତିରେ ଲାଇସେନ୍ସ ପାଇଁ ଲଟେରୀ ଉଠାଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.