ମହଙ୍ଗା ହେବ ମଦ, ଜାଣନ୍ତୁ କେତେ ପ୍ରତିଶତ ହେବ ବୃଦ୍ଧି…

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧।୧୦ : ନିଶାସେବନ କରୁଥିବା ଲୋକଙ୍କ ପାଇଁ ବଡ ଖବର । ଦିଲ୍ଲୀ ସରକାରଙ୍କ ନୂଆ ନିୟମ, ନଭେମ୍ବର ୧୭ ରୁ ଘରୋଇ ଦୋକାନ ଖୋଲିବା ସହିତ ମଦ ୮-୯ ପ୍ରତିଶତ ମହଙ୍ଗା ହୋଇପାରେ। ଦିଲ୍ଲୀ ସରକାରଙ୍କ ଅବକାରୀ ବିଭାଗ ଗୁରୁବାର ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ସମସ୍ତ ପ୍ରକାର ମଦର ଦାମ୍ ୮ ରୁ ୯ପ୍ରତିଶତକୁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ  ଯେ ଦିଲ୍ଲୀରେ ପଞ୍ଜୀକୃତ ହେବାକୁ ଥିବା ମଦ ବ୍ରାଣ୍ଡର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ସ୍ଥିର କରିବା ପାଇଁ ଅବକାରୀ ବିଭାଗ ବର୍ତ୍ତମାନ କାର୍ଯ୍ୟ କରୁଛି। ଏହି ନେଇ ଜଣେ ମଦ ବ୍ୟବସାୟୀ କହିଛନ୍ତି ଯେ ହୋଲସେଲ ମୂଲ୍ୟରେ ବୃଦ୍ଧି ହେତୁ ମଦ ମୂଲ୍ୟରେ ଅତି କମରେ ୫ ରୁ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ। ତେବେ, ମୂଲ୍ୟ କେତେ ବୃଦ୍ଧି ହେବ ତାହା କେବଳ ୨୦୨୧-୨୨ ପାଇଁ ଅବକାରୀ ନୀତି ଅନୁଯାୟୀ ନୂତନ ଖୁଚୁରା ବ୍ୟବସ୍ଥା ଲାଗୁ ହେବା ପରେ ଜଣା ପଡିବ । ତେବେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବିଷୟରେ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, 'ନୂତନ ଅବକାରୀ ନୀତି ଅନୁଯାୟୀ  ୨୦୨୧-୨୨ ରେ, ଲାଇସେନ୍ସ ଫିରେ ଅବକାରୀ ଡ୍ୟୁଟି ଏବଂ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭ୍ୟାଟ୍) ଯୋଗ କରାଯାଇଛି । ହୋଲସେଲ ମୂଲ୍ୟରେ ପ୍ରତ୍ୟେକଙ୍କୁ ଏକ ପ୍ରତିଶତ ହାରରେ ଏକ୍ସାଇଜ୍ ଡ୍ୟୁଟି ଏବଂ ଭାଟ୍ ଆଦାୟ କରାଯିବ, ଯାହା ଆଧାରରେ ଖୁଚୁରା ବ୍ୟବସାୟୀଙ୍କୁ ମଦ ଯୋଗାଣର ମୂଲ୍ୟ ନିର୍ଦ୍ଧାରଣ କରାଯିବ।

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ନୂଆ ଅବକାରୀ ନୀତି ନିୟମ ଅନୁଯାୟୀ ୨୦୨୧-୨୨ ରେ ଭାରତୀୟ ତଥା ବିଦେଶୀ ମଦ ମୂଲ୍ୟରେ ସଂଶୋଧିତ ପାରାମିଟର ଯୋଗୁଁ ହୋଲସେଲ ମୂଲ୍ୟ ପ୍ରାୟ ୮-୯ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଦେଶ ଅନୁଯାୟୀ, ଏହା ଅନ୍ୟ ବର୍ଗର ମଦ ଉପରେ ମଧ୍ୟ ସମାନ ପ୍ରଭାବ ପକାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.