Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ନିଶାମୁକ୍ତ ପଂଚାୟତ ‘ଲରିଆପାଲି’

29/06/2018 at 10:22 AM

ପ୍ରୟାସ ଓ ପ୍ରଚେଷ୍ଠା ବଳରେ ସବୁ ଅସମ୍ଭବ କାର୍ଯୟ ସମ୍ଭବ ହୋଇପାରେ ଏହା କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଲରିଆପାଲି ସରପଞ୍ଚ ଶୁକ୍ର କୁଜୁର । ନିଜ ପଞ୍ଚାୟତକୁ ଏକ ନିଶାମୁକ୍ତ ପଞ୍ଚାୟତ ଗଢି ତୋଲିବାରେ ସକ୍ଷମ ହେବା ସହ ଭାରତର ଶ୍ରେଷ୍ଟ ନିଶାମୁକ୍ତ ପଞ୍ଚାୟତ ର ମାନ୍ୟତା ପାଇ ନୁଅଁ।ଦିଲ୍ଲି ଠାରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ।ଯାହା ସମଗ୍ର ପଞ୍ଚାୟତକୁ ଗୈ।ରବାନ୍ନିତ କରିଛି ।
କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ହୋଇଥିବା ବଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଆଦର୍ଶ ପଞ୍ଚାୟତର ମାନ୍ୟତ ମଧ୍ୟ ମିଳିଛି । ଏଠାକାର ଆଦିବାସୀ ଅଧିବାସୀ ମାନେ ବହୁ ଆବାହମାନ କାଳରୁ ନିଜର ପାରମ୍ପାରିକ ଚଳନି ଅନୁସାରେ ମଦ ,ହାଣ୍ଡିଆ,ତାଡି ଭଳି ମାଦକ ଦ୍ରବ୍ୟ ବ୍ୟବହାର କରି ଆସୁଥିଲେ । ଏବେ ଏହାର ମାତ୍ରା ପ୍ରଚୁର ପରିମାଣରେ ବଢି ଯାଇଥିବା ବେଳେ ନିଶାଦ୍ରବ୍ୟ ଶେବନ ପରେ ପ୍ରତ୍ୟହ କିଛି ନା କିଛି ଅଘଟଣ ଘଟି ଆସୁଥିଲା । ସରପଞ୍ଚ ଶୂକରୁ କୁଜୁର ଗତ ୨୦୧୭ ମସିହାରୁ ଦାୟୀତ୍ବ ଗ୍ରହଣ ପରେ ସେ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ସହ ଜଡିତ ହୋଇ ନିଶା ନିବାରଣ ଉପରେ ତାଙ୍କ ପଞ୍ଚାୟତରେ ଅଭିଯାନ ଅରମ୍ଭ କରିଥିଲେ । ପ୍ରାୟ ୫୦ ସ୍ବଚ୍ଛାସେବୀଙ୍କୁ ନେଇ ସେ ଏହି କାର୍ଯୟକ୍ରମ ଆରମ୍ଭ କରିଥିବା ବେଳେ ଆର୍ଟଅଫ ଲିଭିଙ୍ଗ ସଂସ୍ଥାର ପତ୍ୟକ୍ଷ ତତ୍ବାବଧାନରେ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ସହଯୋଗ ସେ ଗଁ। ଗଁ। ଘର ଘର ବୁଲି ନିଶା ନିବାରଣ ଉପରେ ଲୋକଙ୍କୁ ସଚେତନ କରେଇଥିଲେ । ତାଙ୍କର ଏହି ପ୍ରୟାସ ଆଜି ସାକାର ହୋଇଥିବା ବେଳେ ଲରିଆପାଲି ପଞ୍ଚାୟତକୁ ଜାତୀୟ ସ୍ଥରରେ ସମ୍ମାନ ମିଳିଛି । ଗତ ୨୬ ତାରିଖ ଦିନ କେନ୍ଦ୍ର ନ୍ୟାୟ ଓ ଶଶକ୍ତି କରଣ ବିଭାଗ ପକ୍ଷରୁ ନୁଅଁ।ଦିଲ୍ଲିର ବିଜ୍ଞାନ ଭବନ ଠାରେ ସରପଞ୍ଚ ଶୁକ୍ର କୁଜୁରଙ୍କୁ ମାନପତ୍ର ଓ ଓୋୈପଢୋକନ ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଧ ।ଏହାକୁ ନେଇ ଖୁବ ଖୁସି ଅଛନ୍ତି ଲରିଆପାଲି ପଞ୍ଚାୟତ ବାସୀ ।

   Related Posts