ଭଦ୍ରକରେ ମଦ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୨୩ ଗୁରୁତର ଚିକିତ୍ସାଧିନ

Published By : Prameya-News7 Bureau | April 30, 2019 IST

ଭଦ୍ରକ ୩୦|୪: ଭଦ୍ରକରେ ମଦ ମୃତ୍ୟୁ ଅଭିଯୋଗ ହୋଇଛି । ମଦ ପିଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ତିହିଡି ଥାନା ଦୌଲତପୁର ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ମାନେ ହେଲେ ରାମଚନ୍ଦ୍ର ପଢିଆରୀ, ସାଧୁଚରଣ ନାୟକ, ସର୍ବେଶ୍ବର ଦାସ ଓ ଶଙ୍କର୍ଷଣ ପରିଡା । ଦୁଇ ଗୁରୁତର କୁନା ଜେନା ଓ ବାଇଧର ନାୟକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଭଦ୍ରକ ଜିଲ୍ଲାପାଳ ଡାକ୍ତରଖାନା ଯାଇ ପରିଦର୍ଶନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଘଟଣା ନେଇ ଭଦ୍ରକ ଚାନ୍ଦବାଲି ରାସ୍ତାର ପୀରହାଟ ଠାରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ମଦ ପିଇବା ପରେ ଏମାନେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ମେଡିକାଲ ନେବା ପରେ ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏବେବି ୨୩ଜଣ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.