ପୁଣି ମଦ ମୃତ୍ୟୁ, ଦେଶୀ ମଦ ପିଇ ଯୁବକଙ୍କ ମୃତ୍ୟୁ !

Published By : Prameya-News7 Bureau | December 09, 2019 IST

ଭଦ୍ରକ ୯।୧୨:ପୁଣି ମଦ ମୃତ୍ୟୁ ଅଭିଯୋଗ । ଦେଶୀ ମଦ ପିଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା କୋରକୋରା ଶାସନ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":195608,"sizeSlug":"large"}

ମଦ ପିଇ ଘରକୁ ଆସିଥିଲେ କୋରକୋରା ଶାସନ ଗାଁର ଇନ୍ଦ୍ରଜିତ ପଣ୍ଡା । ଘରକୁ ଆସିବା ପରେ ସେ ବାନ୍ତି କରିଥିଲେ । ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

{"id":195609,"sizeSlug":"large"}

ଇନ୍ଦ୍ରଜିତ ସ୍ଥାନୀୟ ବେପାରୀଙ୍କ ନିକଟରୁ ଅଧିକାଂଶ ସମୟରେ ମଦ କିଣି ପିଉଥାନ୍ତି । ଚୋରା ଦେଶୀ ମଦ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.