Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଓଡ଼ିଶାରେ ସହରାଞ୍ଚଳ ଅପେକ୍ଷା ଅଧିକ ମଦ୍ୟପାନ କରୁଛନ୍ତି ଗ୍ରାମାଞ୍ଚଳର ମହିଳା, ରିପୋର୍ଟରୁ ଖୁଲାସା

28/11/2021 at 10:46 PM

ନୂଆଦିଲ୍ଲୀ/ ଭୁବନେଶ୍ବର ୨୮/୧୧: ସାଂଘାତିକ ତଥ୍ୟ । ରାଜ୍ୟରେ ଅଧିକ ସଂଖ୍ୟକ ମହିଳାମାନେ ନିଶା ସେବନ କରୁଛନ୍ତି । ସବୁଠୁ ବଡ଼କଥା ଗ୍ରାମାଞ୍ଚଳର ମହିଳାମାନେ ମଦ ଏବଂ ଗୁଟଖା ଚକ୍ରବ୍ୟୁହରେ ପଡିଛନ୍ତି। ୨୦୨୦-୨୧ ବର୍ଷ ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପ୍ରକାଶ କରିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରୁ ଏହି ତଥ୍ୟର ଖୁଲାସା ହୋଇଛି।

ଓଡିଶାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମହିଳାମାନେ ବେଶୀ ମଦ ପିଉଛନ୍ତି । ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଏହା ହିଁ କହୁଛି । ସହରାଞ୍ଚଳରେ ୧୫ ବର୍ଷରୁ ଅଧିକ ୨୨.୭ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ପୁରୁଷ ମଦ ପିଉଛନ୍ତି । ମହିଳାଙ୍କ କ୍ଷେତ୍ରରେ ତଥ୍ୟ ମଧ୍ୟ ଠିକ ସେହିଭଳି । ସହରାଞ୍ଚଳରେ ୧୫ ବର୍ଷରୁ ଅଧିକ ମହିଳାଙ୍କ ମଧ୍ୟରୁ ୧.୪ ପ୍ରତିଶତ ମଦ୍ୟପାନ କରୁଥିବ ବେଳେ ଗ୍ରାମାଞ୍ଚଳରେ ଏହା ୪.୯ ପ୍ରତିଶତ।

କେବଳ ମଦ ନୁହେଁ ଗୁଟଖା ସେବନ ନେଇ ମଧ୍ୟ ଆସିଥିବା ରିପୋର୍ଟ ଚିନ୍ତାଜନକ । ୧୫ ବର୍ଷରୁ ଅଧିକ ବର୍ଷର ମହିଳା ସହରାଞ୍ଚଳରେ ୧୬.୬ ପ୍ରତିଶତ ଗୁଟଖା, ପାନମସଲା ଏବଂ ସିଗାରେଟ ସେବନ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ୨୮ ପ୍ରତିଶତ । ସେହିପରି ଗ୍ରାମାଞ୍ଚଳରେ ପୁରୁଷମାନେ ଶତକଡା ୫୪ ପ୍ରତିଶତ ଗୁଟଖା, ସିଗାରେଟ, ତମ୍ବାଖୁ ଭଳି ମାଦକ ଦ୍ରବ୍ୟ ସେବନ କରୁଥିବା ବେଳେ ସହରରେ ଏହା ୪୦.୫ ପ୍ରତିଶତ । ଗ୍ରାମାଞ୍ଚଳରେ ନିଶା ସେବନ ବୃଦ୍ଧି ପାଉଥିବାରୁ ମାନସିକ, ସାମାଜିକ ସ୍ଥିତି ଠାରୁ ଆରମ୍ଭ କରି ଗ୍ରାମୀଣ ଅର୍ଥନୀତି ଉପରେ ପ୍ରଭାବ ପଡ଼ୁଛି ।

   Related Posts