Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଦ ବ୍ୟବସାୟୀଙ୍କ ଜାମିନ ଆବେଦନ ଖାରଜ, ଗଲେ ଜେଲ୍

14/08/2020 at 8:43 PM

ସାନଖେମୁଣ୍ଡି୧୪|୦୮ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ଛଣମେରି ଗ୍ରାମର ମଦ ବ୍ୟବସାୟୀ ମିଟୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଦୀର୍ଘଦିନ ହେଲା ଦେଶୀ ମଦ ଚୋରା ଚାଲାଣ କରୁଥିଲେ। ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲକୁ ପଠାଇ ଦିଆଯାଇଛି।

ଗତ ସୋମବାର  ପୋଲିସ ଟିମ୍ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବେଳେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ମିଟୁଙ୍କ ଘର ଉପରେ ଅତର୍କିତ ଚଢାଉ କରାଯାଇଥିଲା। ରାତି ପ୍ରାୟ ୯ ଟାରେ କରାଯାଇଥିବା ଏହି ଚଢ଼ାଉରେ ପୋଲିସକୁ ମିଳିଥିଲା ସଫଳତା। ମିଟୁଙ୍କ ଘର ମଧ୍ୟରୁ ୬ ଟି ପ୍ଲାଷ୍ଟିକ ଜାରକିନରେ ଥିବା  ୧୨୦ ଲିଟର ହାତ ରନ୍ଧା ମହୁଆ ଦେଶୀମଦ, ମଦ ବିକ୍ରିରେ ବ୍ୟବହୃତ ୨ ଟି ଷ୍ଟିଲ ଗ୍ଲାସ୍,୪ ଟି ଖାଲି ଥିବା ପ୍ଲାଷ୍ଟିକ ଜଲ୍ ଜିରା ବୋତଲ ପ୍ରଭୃତି ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇ ଜେରା କରାଯାଇଥିଲା ।

ସେ ଗତ କିଛିଦିନ ହେଲା ଗଞ୍ଜାମ – ଗଜପତି ସୀମାନ୍ତ ଜଙ୍ଗଲରୁ ରନ୍ଧା ଦେଶୀ ମଦ ଆଣି ଆଖପାଖ ଗ୍ରାମାଞ୍ଚଳ ମାନଙ୍କୁ ଅଧିକା ମୂଲ୍ୟରେ ଚୋରା ଚାଲାଣ କରୁଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଥିଲା।ନିୟମାନୁଯାୟୀ କୋଭିଡ଼ ପରୀକ୍ଷା ରିପୋର୍ଟ ମିଳିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

   Related Posts