ମଦ ଭାଗ ଛିଡିଲାଣି, ସ୍ୱାମୀ-ସ୍ତ୍ରୀ ପିଟାପିଟି : ଉଭୟ ଏବେ ଡାକ୍ତରଖାନାରେ

Published By : Prameya-News7 Bureau | April 03, 2021 IST

ଢେଙ୍କାନାଳ ୪/୩ : ମଦ ପାଇଁ ମହାଭାରତ । ମଦ ଭାଗ ନଛିଣ୍ଡିବାରୁ  ଉଭୟ ପତି ପତ୍ନୀଙ୍କ ମଧ୍ୟରେ ମାଡ଼ପିଟ ।  ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଗନ୍ଦିଆଁ ଥାନା କରମୁଳ ପଞ୍ଚାୟତ ମଝିପାଳ ଗାଁରେ ।

ଗାଁରେ ଗତକାଲି ଚାଲିଥିଲା ଦୋଳ ମହୋତ୍ସବ । ମଝିପାଳ ଗାଁର ଶେଷ ପଧାନ  ଶହେ ଟଙ୍କାରେ ମହୁଲି ମଦ କିଣି ଘରକୁ ଆଣିଥିଲେ । ଘରେ ମଦ ପିଇ ବାକୁ ନେଇ ପତ୍ନୀ ସୁମତୀ ପଧାନ ସହ ବଚସା ହୋଇଥିଲା । ଫଳରେ  ସ୍ତ୍ରୀ ସୁମତୀ  ଉତ୍ୟକ୍ତ ହୋଇ ସ୍ୱାମୀ ଶେଷକୁ ପଥରରେ ଛେଚି ଆକ୍ରମଣ କରିଥିଲେ । ଆକ୍ରମଣରେ ସ୍ବାମୀ ଗୁରୁତର ହେବାପରେ ସେ ମଧ୍ୟ ଇଟା ଧରି ପ୍ରତି ଆକ୍ରମଣ କରିଥିଲେ । ଫଳରେ ଆକ୍ରମଣରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଖବର କରିଥିଲେ । ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।  ସେଠାରେ ଦୁହିଁଙ୍କର ଚିକିତ୍ସା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.